Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଯୁଦ୍ଧକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଯୁଦ୍ଧକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଯୁଦ୍ଧକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନର ସାଂପ୍ରତିକ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ୍ ଧରି ଫୋନ୍‌ରେ ମାଧ୍ୟମରେ ଆଲୋଚନା କରିଥିଲେ । ୟୁକ୍ରେନର ରାଷ୍ଟ୍ରପତି ୟୁକ୍ରେନର ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିଲେ । ଯୁଦ୍ଧ ସମୟରେ ଉପୁଜିଥିବା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିଥିଲେ । ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଭାରତ ସବୁବେଳେ ଶାନ୍ତି ପ୍ରତିଷ୍ଠା ସହ ଉଭୟ ପକ୍ଷ ମଧ୍ୟରେ ସିଧାସଳଖ ଆଲୋଚନା ଉପରେ ଗୁରୁତ୍ୱ ଦେଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫସି ରହିଥିବା ୨୦ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ୟୁକ୍ରେନ ସରକାରଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ । ଏଥିସହ ୟୁକ୍ରେନରେ ଏବେ ବି ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ । ସେମାନଙ୍କୁ ଯଥାଶୀଘ୍ର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

Show More

Related Articles

Back to top button