Breaking PLUSଅପରାଧମୁଖ୍ୟ ଖବର

ଘରୋଇ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

 ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ ।

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ହେଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ପ୍ରସୂତୀ ଡାକ୍ତର ସାଜିଲେ ଯମଦୂତ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ରାତି ଅଧରେ ଭୟବିତ କରାଇ ନିଜ ନର୍ସିଂହୋମକୁ ଡାକିନେଇ ରାତା ରାତି  ଅପରେସନ କରିବା ପରେ ମହିଳାଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ନର୍ସିଂହୋମରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ଲଗାଇ ଏହି ଘଟଣାକୁ ରଫା ଦଫା କରିବାକୁ ଉଦ୍ୟମ କରାଯାଉଛି ବୋଲି ସୂଚନା ମିଳିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ଗର୍ଭବତୀ ମହିଳା ଅନୁପମା ରାଉତଙ୍କୁ ରବିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅନୁପମାଙ୍କର ପରିବାର ଲୋକଙ୍କର ଅଭିଯୋଗ ଅନୁସାରେ ଗତକାଲି ଯନ୍ତ୍ରଣା ହେବାରୁ ସେମାନେ ଦିନ ପ୍ରାୟ ଦୁଇଟା ସମୟରେ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର କଛି ଅସୁବିଧା ନାହିଁ ଓ ଚବିଶି ଘଣ୍ଟା ମଧ୍ୟରେ ନର୍ମ।ଲ ଡେଲିଭରି ହେବ ବୋଲି କହିଥିଲେ । ହେଲେ ତାରି ୧୦ଟା ସମୟରେ ସେଠାରେ ଡ୍ୟୁଟିରେ ଆସି ପହଞ୍ଚିଥିଲେ ଡାକ୍ତର ମମତା ଜେନା ଯେ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରାଣୀ ତଥା ହିମା ହସ୍ପିଟାଲର ମାଲିକାଣୀ । ସେ ମଧ୍ୟ ଅନୁପମାଙ୍କୁ ଦେଖିଥିଲେ ଓ ସବୁ ଠିକଠାକ ଅଛି ବୋଲି କହିଲେ । କିନ୍ତୁ ରାତି ଗୋଟାଏ ସମୟରେ ତାଙ୍କର ଡ୍ୟୁଟି ସରବା ପରେ ମୁଖ୍ୟ ଚିକିତ୍ସାଳୟରେ କେହି ଡାକ୍ତର ନାହାନ୍ତି ବୋଲି କହି ଭୟବିତ କରିବା ସହ ତାଙ୍କ ନର୍ସିଂ ହୋମକୁ ନେଲେ ରାତି ଅଧରେ ବି ଚିକିତ୍ସା ମିଳିପାରିବ ବୋଲି କହିଥିଲେ।

ଗର୍ଭବତୀ ମହିଳାଙ୍କ ପରିବାର ଲୋକେ ଭୟବିତ ହୋଇ ତୁରନ୍ତ ରାତାରାତି ଡାକ୍ତର ମମତା ଜେନାଙ୍କ ନର୍ସିଂହୋମ ହିମା ହସ୍ପିଟାଲକୁ ଅନୁପମା ଙ୍କୁ ନେଇ ଆସିଥିଲେ । ଡାକ୍ତର ମମତା ଜେନା ମଧ୍ୟ ରାତାରାତି ତାଙ୍କର ଅପରେସନ କଲେ ଓ ପୁତ୍ର ସନ୍ତାନଟିଏ ଜନ୍ମ ହେଲା । ହେଲେ ଆଜି ସକାଳେ ମହିଳା ଗୁରୁତର ଥିବା କହି ତାଙ୍କୁ କଟକକୁ ରେଫର କରିଦେଲେ ଓ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡାକି ମଧ୍ୟ ପଠାଇ ଦେଲେ ଯାହାକି ସଂପୂର୍ଣ୍ଣ ବେଆଇନ । କାରଣ ୧୦୮ ଆମ୍ବୁଲାନ୍ସ କୌଣସି ମତେ ଘରୋଇ ନର୍ସିଂ ହୋମରୁ ରୋଗୀ ନେବା ଆଣିବା କରି ପାରିବ ନାହିଁ । ହେଲେ ସେ ଆମ୍ବୁଲାନ୍ସ ରେ କିଛି ବାଟ ଯିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି କହି ଆମ୍ବୁଲାନ୍ସ ଫେରାଇ ଆଣିଲା । ଏହାପରେ ପରିବାର ଲୋକେ ଡାକ୍ତର ମମତା ଜେନାଙ୍କୁ ଭେଟିବାକୁ ଚାହିଥିଲେ ମଧ୍ୟ ମମତା ଜେନା ଲୁଚିଯାଇଥିଲେ । ମୃତକଙ୍କ ପରିବାର ଲୋକେ ମମତା ଜେନା ଗର୍ଭବତୀ ମହିଳାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଏବଂ ନର୍ସିଂ ହୋମ ସାମ୍ନାରୁ ମୃତଦେହକୁ ନେଉ ନାହାନ୍ତି । ଘଟଣା ସ୍ଥଳରେ ପ୍ରବଳ ଉତେଜନା ଲାଗି ରହିଛି । ଏବଂ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ପରିବାର ଓ ହୀମା ହସ୍ପିଟାଲ ସହ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି । ଏବଂ ଏବେପର୍ଯ୍ୟନ୍ତ ଡାକ୍ତର ମମତା ଜେନା ଫେରାର ଅଛନ୍ତି । ତାଙ୍କର କୌଣସି ଖବର ମିଳିନାହିଁ ।

Show More

Related Articles

Back to top button