Breaking PLUSଦେଶମୁଖ୍ୟ ଖବର

ଲାକ୍ଷାଦ୍ୱୀପ ପରେ ଦ୍ୱାରକାରେ ସ୍କୁବା ଡାଇଭିଂ କଲେ ପ୍ରଧାନମନ୍ତ୍ରୀ ମୋଦି

ଦ୍ୱାରକା ସମୁଦ୍ରରେ ବୁଡି ପୌରାଣିକ ଦ୍ୱାରକା ନଗରୀର ଅବଶେଷ କଲେ ନିରୀକ୍ଷଣ

ଦ୍ୱାରକା, 25 ଫେବୃଆରୀ – ଲାକ୍ଷାଦ୍ୱୀପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକାରେ ସ୍କୁବା ଡାଇଭିଂ କରିଛନ୍ତି । ସେ ସମୁଦ୍ରରେ ବୁଡି ପୌରାଣିକ ଦ୍ୱାରକା ନଗରୀର ଅବଶେଷ ଦେଖିଛନ୍ତି । ଏହି ସମୟରେ ନେଭି ଯବାନ ମୁତୟନ ରହିବା ସହ ଆଖପାଖ ଅଂଚଳର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।
ଦ୍ୱାରକାର ପଂଚକୁବି ସମୁଦ୍ର କୂଳରେ ସଙ୍ଗତ ନାରାୟଣ ମନ୍ଦିର ନିକଟ ସମୁଦ୍ରରେ ନୌସେନାର ଯବାନଙ୍କ ନିରନ୍ତର ନିରୀକ୍ଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କୁବା ଡାଇଭିଂ କରିଥିଲେ । ଏହି ଅବସରରେ ନୌସେନାର ଯବାନ ସଜାଗ ରହିବା ସହ ସମୁଦ୍ର କୂଳରେ ପାଟ୍ରୋଲିଂ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସମୁଦ୍ର କୂଳରେ ଟେଣ୍ଟ ହାଉସ ନିର୍ମାଣ କରାଯାଇଥିଲା । ସୁଦାମା ବ୍ରିଜ ନିକଟରେ ଏହି ବ୍ୟବସ୍ଥା କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ତମାମ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଥିଲା ।

Show More

Related Articles

Back to top button