Breaking PLUSମୁଖ୍ୟ ଖବର
ଜୁନ ୧ରୁ ଛେନା ଓ ପନିରର ଦର ଦାମ୍ ବୃଦ୍ଧି

ଜୁନ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଦର ଦାମ୍ ବୃଦ୍ଧି ପାଇବ। ଛେନା କିଲୋ ପିଛା ୧୮୦ ଟଙ୍କା ଏବଂ ପନିର୍ କିଲୋ ପିଛା ୨୫୦ ଟଙ୍କାରେ ବିକ୍ରି ହେବ। ଏନେଇ ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ସୂଚନାମିଳିଛି । ସଙ୍ଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓମଫେଡ ପକ୍ଷରୁ ଗତ ଏପ୍ରିଲ ୨୧ରେ କ୍ଷୀର ଲିଟର ପିଛା ୨ଟଙ୍କା ବଢିବା ପରେ ସଙ୍ଘର ସଦସ୍ୟଙ୍କ ଉପରେ କ୍ଷୀର ସଂଗ୍ରହରେ ଆର୍ଥିକ ଚାପ ସୃଷ୍ଟି ହୋଇଛି। ଯାହାକୁ ବର୍ତ୍ତମାନ କିଲୋ ପ୍ରତି ଛେନା ଉପରେ ୧୨ ଟଙ୍କା କ୍ଷତି ସହିବାକୁ ପଡୁଛି। ଏହି କ୍ଷତିକୁ ଭରଣ କରିବା ପାଇଁ ଜୁନ୍ ୧ରୁ ଛେନା ଓ ପନିର ଦର ବଢିବା ନେଇ ନିଷ୍ପତ୍ତି ନିଆଯାଇଛି।