ବାଣିଜ୍ୟ

ଶସ୍ତା ହେଉଛି ସୋରିଷ ତେଲ, ଆଗକୁ ଆହୁରି କମିବ ଦର

ନିୟନ୍ତ୍ରଣକୁ ଆସୁଛି ଖାଇବା ତେଲର ମୂଲ୍ୟ । ଖାଇବା ତେଲ ମୂଲ୍ୟରେ ହ୍ରାସ ସାଧାରଣ ଖାଉଟିକୁ ଆଶ୍ୱସ୍ତି ପ୍ରଦାନ କରିଛି । ଦୁଇରୁ ତିନି ମାସ ପୂର୍ବେ ଯେଉଁଠି ସୋରିଷ ତେଲର ଦର ଆକାଶଛୁଆଁ ଥିଲା । ଆଜି ତାହା ୧୭ରୁ ୨୨ ଟଙ୍କା ଶସ୍ତା ହୋଇଛି । ତେବେ ଖାଇବା ତେଲ ଉପରେ ଆମଦାନୀ ଶୁକ୍ଲ ଶୂନ କରିବା ସହ ଭବିଷ୍ୟତ ପାଇଁ ବ୍ୟବସାୟୀକ ଚୁକ୍ତି ଉପରେ ରୋକ ଲଗାଇବା ପରି ସରକାରଙ୍କ ପଦକ୍ଷେପ ଯୋଗୁଁ ମୂଲ୍ୟ ହ୍ରାସ ହେଉଥିବା କୁହାଯାଉଛି ।

ବ୍ୟବସାୟୀଙ୍କ ମତ ଖାଇବା ତେଲ ଆଗକୁ ଆହୁରି ଶସ୍ତା ହୋଇପାରେ । ଗତ ଏକ ମାସରେ ଯଦି ଖାଇବା ତେଲର ଦର ଉପରେ ନଜର ପକାଇବା ତେବେ ଅକ୍ଟୋବର-ନଭେମ୍ୱରରେ ସୋରିଷ ତେଲ ଲିଟର ପିଛା ୧୮୫ ଟଙ୍କାରେ ବିକ୍ରିରେ ହେଉଥିଲା। ଏବେ ଏହା ୧୬୩ରୁ ୧୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ନଭେମ୍ୱର ମାସରେ ସୋୟାବିନ ତେଲ ଲିଟର ପିଛା ଦର ୧୪୦ ଟଙ୍କା ରହିଥିଲା। ଯାହା ବର୍ତ୍ତମାନ ସମୟରେ ୧୩୦ରୁ ୧୩୨ ଟଙ୍କା ପ୍ରତି ଲିଟର ହୋଇଛି ।

ବଜାର ବିଶେଷଜ୍ଞଙ୍କ ମତ ଖରିଫର ମୁଖ୍ୟ ଫସଲ ସୋୟାବିନର ଉତ୍ପାଦନରେ ହ୍ରାସ ଯୋଗୁଁ ସେପ୍ଟେମ୍ୱରରେ ଏହାର ମୂଲ୍ୟରେ ବୃଦ୍ଧି ଘଟିଥିଲା। ଫଳରେ ସୋୟାବିନ ତଲର ଲିଟର ପିଛା ଦର ୯୦ ଟଙ୍କାରୁ ବଢି ୧୪୦ ଟଙ୍କାରେ ପହଞ୍ଚିଥିଲା । ଖାଇବା ତେଲ ମୂଲ୍ୟରେ ୪ ମାସରେ ଲିଟର ପିଛା ୪୫ ଟଙ୍କା ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢାଇଥିଲା । କିନ୍ତୁ ଏବେ ଏହି ମୂଲ୍ୟରେ ହ୍ରାସ ଆରମ୍ଭ ହୋଇଛି । ଯେଉଁଥି ପାଇଁ ଖାଉଟି ୮ରୁ ୧୦ ଟଙ୍କା ସଞ୍ଚୟ କରିପାରୁଛନ୍ତି ।

Show More

Related Articles

Back to top button