
ମଙ୍ଗଳବାର ସୁନା ୪୬୪୦୪ ଟଙ୍କାରେ ବନ୍ଦ ହୋଇଥିଲା । ତେବେ ଗୁରୁବାର ରୁପା କେଜି ପିଛା ୨୨ ଟଙ୍କା ବୃଦ୍ଧି ପାଇ ୬୩୪୮୬ରେ ପହଁଚି ଯାଇଛି । କିନ୍ତୁ ମଙ୍ଗଳବାର ରୁପା ୩୩୨ ଟଙ୍କା ହ୍ରାସ ପାଇ ୬୩୪୬୪ ଟଙ୍କାରେ ପହଁଚିଥିଲା ।
ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ଆଉନ୍ସ ପିଛା ରହିଛି ୧୭୯୮ ଡଲାର । ସେହିପରି ରୁପା ଆଉନ୍ସ ପିଛା ରହିଛି ୨୪. ୩୭ ଡଲାର । ଏଚଡିଏଫସି ସିକ୍ୟୋରିଟିଜ ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି ଯେ, ସୁନା ଦାମ ବଢୁଛି । ଯେଉଁମାନେ ସୁନାର ନିବେଶ କରି କ୍ଷତି ସହିଥିଲେ ଏବେ ସେମାନେ ଲାଭ ପାଉଛନ୍ତି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସାମାନ୍ୟ ବଢିଥିବା ବେଳେ ଏହାର ପ୍ରଭାବ ଗହଣା ବଜାରରେ ପଡିଛି ।ବିଶ୍ୱ ସ୍ତରରେ ନ୍ୟୁୟର୍କରେ ସୁନାର ଦାମ ୦.୦୮ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧,୭୯୯୯.୯୦ ଡଲାର ରହିଛି । ଆଗକୁ ଦଶହରା ଓ ଦୀପାବଳି ଥିବାରୁ ଭାରତରେ ସୁନାର ଦାମ ବଢିପାରେ । ୧୦ ଗ୍ରାମ ପିଛା ସୁନା ପୂଜା ବଜାରରେ ୪୭ ହଜାର ଟପିବ ବୋଲି ଅନୁମାନ କରାଯାଉଛି ।