Breaking PLUSମୁଖ୍ୟ ଖବରସଂସଦ

ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ତାରିଖ ଘୋଷଣା

ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ତାରିଖ ଘୋଷଣା କରିଛନ୍ତି ଉପନିର୍ବାଚନ କମିଶନ । ଅକ୍ଟୋବର ୪ ତାରିଖରେ ରାଜ୍ୟସଭା ଉପନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ, ସେଥିରେ ତାମିଲନାଡୁର ଦୁଇଟି ସିଟ୍‌ , ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏ ସିଟ୍ ରହିଛି । ସେହିପରି ବିହାର ବିଧାନ ପରିଷଦ ଉପନିର୍ବାଚନ ମଧ୍ୟ ସମାନ ତାରିଖରେ ହେବ । ଏହି ସମ୍ବନ୍ଧରେ ସେପ୍ଟେମ୍ବର ୧୫ ତାରିଖରେ ବିଜ୍ଞପ୍ତି ଜାରି ହେବ ।

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ହେବ । ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ସେପ୍ଟେମ୍ବର ୨୩ ରହିଛି । ଏଥିସହ ସେପ୍ଟେମ୍ବର ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

ନିର୍ବାଚନ କମିଶନଙ୍କ ମୁତାବକ, ଚଳିତ ବର୍ଷ ମେ’ ୭ ତାରିଖରେ ଆଇଏଡିଏମକେ ନେତା କେପି ମୁନୁସାମୀଙ୍କ ଇସ୍ତଫା ପରଠାରୁ ତାମିଲନାଡୁରୁ ରାଜ୍ୟସଭା ସିଟ୍ ଖାଲି ପଡ଼ିଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୬ ଯାଏ ଥିଲା । ଏହାବ୍ୟତୀତ ତାମିଲନାଡୁରୁ ଆର୍ ବେଥଲିଙ୍ଗମଙ୍କ ଇସ୍ତଫା ପରେ ରାଜ୍ୟସଭାର ଗୋଟିଏ ସିଟ୍ ଖାଲି ପଡିଛି, ଯାହାଙ୍କର କାର୍ଯ୍ୟକାଳ ୨୦୨୨ ଯାଏ ଥିଲା ।

ଚଳିତ ବର୍ଷ ମେ’ ୬ ତାରିଖରେ ପଶ୍ଚିମବଙ୍ଗରୁ ମାନସ ରଞ୍ଜନ ଭୁନିଆ ଇସ୍ତଫା ଦେଇଥିଲେ । ମାନସ ଭୁନିଆ ଏବେ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଅଛନ୍ତି । ଏହାବ୍ୟତୀତ ଆସାମର ଭି. ବିଶ୍ୱଜିତ୍ ଡାଇମେରୀ ଇସ୍ତଫା ଦେବାରୁ ଗୋଟିଏ ସିଟ୍ ଖାଲି ପଡ଼ିଥିଲା । ଅନ୍ୟପକ୍ଷରେ ମହାରାଷ୍ଟ୍ରର କଂଗ୍ରେସ ନେତା ରାଜୀବ ଶଙ୍କରରାଓ ସାତବଙ୍କ ଦେହାନ୍ତ କାରଣରୁ ଉପନିର୍ବାଚନ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ମଧ୍ୟପ୍ରଦେଶର ଥାବରଚନ୍ଦ ଗେହଲଟଙ୍କ ଇସ୍ତଫା ପରେ ଗୋଟିଏ ଆସନରେ ଉପନିର୍ବାଚନ ହେବ। ବିହାର ବିଧାନ ପରିଷଦ ଆସନରେ ଥିବା ତନବୀର ଅଖତରଙ୍କର ମେ’ ୯ ତାରିଖରେ ଦେହାନ୍ତ ହୋଇଥିଲା । ଯାହା ପରଠାରୁ ଏହି ସିଟ୍ ମଧ୍ୟ ଖାଲି ପଡ଼ିଛି ।

Show More

Related Articles

Back to top button