Breaking PLUSଦେଶମୁଖ୍ୟ ଖବର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେହନ୍ଦୀପୁର ବାଲାଜୀ ମନ୍ଦିରରେ କଲେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଦୋସା, 14 ଫେବୃଆରୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଉତ୍ତର ଭାରତର ବଡ ଧର୍ମସ୍ଥଳରେ ପ୍ରସିଦ୍ଧ ମେହେନ୍ଦୀପୁର ବାଲାଜୀଙ୍କ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ବି ତାଙ୍କ ସହିତ ଥିଲେ । ବାଲାଜୀ ମହନ୍ତ ଡକ୍ଟର ନରେଶପୁରୀ ମହାରାଜ ମନ୍ଦିରରେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ତାଙ୍କୁ ବିଶେଷ ପୂଜାର୍ଚ୍ଚନା କରାଇଥିଲେ । ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ଅଟନ୍ତି, ଯିଏକି ବାଲାଜୀଙ୍କ ଦର୍ଶନ କରିବାକୁ ଏଠାରେ ପହଞ୍ଚିଛନ୍ତି । ତାଙ୍କ ଯାତ୍ରାକୁ ନେଇ ବାଲାଜୀ ମନ୍ଦିରରେ ବିଶେଷ ବନ୍ଦୋବସ୍ତ କରାଯାଇଥିଲା ।