Breaking PLUSଦେଶମୁଖ୍ୟ ଖବର

ଗୁଜରାଟରୁ ଜେପି ନଡ୍ଡା ରାଜ୍ୟସଭା ପ୍ରାର୍ଥୀ

ନୂଆଦିଲ୍ଲୀ, 14 ଫେବୃଆରୀ – ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ବୁଧବାର ବିଜେପି ଗୁଜରାଟ ଓ ମହାରାଷ୍ଟ୍ର ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମହାରାଷ୍ଟ୍ରରୁ ଅଶୋକ ଚୌହ୍ୱାନଙ୍କୁ ପ୍ରାର୍ଥୀ କରାଯାଇଛି । ଚୌହ୍ୱାଣ ମଙ୍ଗଳବାର ବିଜେପିର ସାମିଲ ହୋଇଥିଲେ । ବିଜେପି ପକ୍ଷରୁ ଜାରି ତାଲିକାରୁ ଗୁଜରାଟରୁ ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା, ଗୋବିନ୍ଦଭାଇ ଢୋଲକିଆ, ମୟଙ୍କଭାଇ ନାୟକ, ଜଶବନ୍ତ ସିଂହ ସଲାମସିଂହ ପରମାର ଅଛନ୍ତି । ମହାରାଷ୍ଟ୍ରରୁ ଅଶୋକ ଚୌହ୍ୱାଣ, ମେଧା କୁଲକର୍ଣ୍ଣି, ଅଜିତ ଗୋପଛଡେ ଅଛନ୍ତି ।

Show More

Related Articles

Back to top button