Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୱାର୍ଲ୍ଡକପ ଫାଇନାଲ ମ୍ୟାଚ ପାଇଁ ଅହମଦାବାଦରେ ଭବ୍ୟ ପ୍ରସ୍ତୁତି

5ଶହ କଳାକାରଙ୍କ ପରଫର୍ମ କରିବେ ବଲିଉଡ ମ୍ୟୁଜିକ କମ୍ପୋଜର ପ୍ରୀତମ

ଅହମଦାବାଦ- ସାରା ଦେଶରେ ଏବେ ୱାର୍ଲ୍ଡକପ ଫିଭର । ମ୍ୟାଚ ଦେଖିବାକୁ ଦେଶ-ଦୁନିଆର ଫ୍ୟାନ୍ସମାନେ ଫ୍ଲାଇଟ ଓ ହୋଟେଲ ବୁକ କରିଛନ୍ତି । ଅହମଦାବାଦ ଓ ଏହାର ଆଖପାଖ ସହରରେ ଫାଇଭ୍ ଷ୍ଟାର ହୋଟେଲ, ଥ୍ରୀଷ୍ଟାର ହୋଟେଲ ଓ ଅନ୍ୟ ହୋଟେଲ ରେଟ୍ ଏବେ ଆକାଶ ଛୁଆଁ । ରବିବାର ରାତିକ ପାଇଁ ଟପ୍ ଫାଇଭ ଷ୍ଟାର ହୋଟେଲର ଭଡା 10-12ହଜାର ପରିବର୍ତ୍ତେ ତିନଲକ୍ଷ ଛୁଇଁଛି । ଅନ୍ୟପଟେ ମ୍ୟାଚ ପାଇଁ ଦିଲ୍ଲୀ ଓ ମୁମ୍ବାଇରୁ ଅହମଦାବାଦ ଯାଏ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ରେଲୱେ ପକ୍ଷରୁ ଘୋଷଣା ହୋଇଛି । ତେବେ ମ୍ୟାଚକୁ ଅବିସ୍ମରଣୀୟ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।
ରୋମାଞ୍ଚକର ମ୍ୟାଚକୁ ବିଶେଷ କରିବା ପାଇଁ ଆଇସିସି ଓ ବିସିସିଆଇ ମିଳିତ ଭାବେ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି । ୱାର୍ଲ୍ଡକପ ଫାଇନାଲ ପୂର୍ବରୁ ବାୟୁସେନାର ସୂର୍ଯ୍ୟକିରଣର ଏରୋବେଟିକ ଟିମ୍ ପକ୍ଷରୁ ଏୟାର ସୋ କରାଯିବ । ଏଥିପାଇଁ ବାୟୁସେନାର ବିମାନ ଗୁରୁବାର ଓ ଶୁକ୍ରବାର ପୂର୍ବାଭ୍ୟାସ କରିଛି । ମ୍ୟାଚ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ରିଚର୍ଡ ମାଲର୍ସଙ୍କ ସମେତ ଶହେରୁ ଅଧିକ ଭିଭିଆଇପି ଆସୁଛନ୍ତି । ବଲିଉଡ ମ୍ୟୁଜିକ କମ୍ପୋଜର ପ୍ରୀତମ 5ଶହ କଳାକାର ଗ୍ରୁପ ସହିତ ପରଫର୍ମ କରିବେ ।
ଅଧିକାରୀଙ୍କ ମୁତାବକ ମ୍ୟାଚ ଶେଷ ହେବା ପରେ ଆକାଶ ରଙ୍ଗୀନ ଆଲୋକରେ ଆଲୋକିତ ହୋଇ ଉଠିବ । ଏଥିପାଇଁ ଆତସବାଜୀର ବିଶେଷ ପ୍ରସ୍ତୁତି କରାଯାଇଛି । ଏହାବ୍ୟତୀ 12ଶହ ଡ୍ରୋନ ଜରିଆରେ ବିଶେଷ ଡ୍ରୋନ ସୋ କରାଯିବ । ଏଥିରେ ଏରିଏଲ ସୋର ବିଜେତା ଟିମ୍ ସାମିଲ ହେବ । ୱାର୍ଲ୍ଡକପ ଫାଇନାଲରେ ଭବ୍ୟ ଲେଜର ସୋ ପାଇଁ ୟୁକେରୁ ଲେଜର ସୋ ପ୍ରଡକ୍ସନ କମ୍ପାନୀକୁ ସାମିଲ କରାଯାଇଛି । ମ୍ୟାଚ ଶେଷ ହେବା ମାତ୍ରେ ୱାର୍ଲ୍ଡ ଚାମ୍ପିୟାନ ଟିମର ନାମ ସମେତ ୱାର୍ଲ୍ଡକପ ଟ୍ରଫି କଳାକୃତି ଡ୍ରୋନ ଜରିଆରେ ପ୍ରଦର୍ଶିତ କରାଯିବ ।

Show More

Related Articles

Back to top button