Breaking PLUSଦେଶମୁଖ୍ୟ ଖବର

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାର ପ୍ରସ୍ତୁତି ଆରମ୍ଭ, ଶ୍ରଦ୍ଧାଳୁଙ୍କ ପାଇଁ 11ଟି ଭାଷାରେ ଜାରି ହେବ ଏସଓପି

କେଦାରନାଥରେ ଶୀଘ୍ର ଆରମ୍ଭ ହେବ ହସ୍ପିଟାଲ
ଡେରାଡୁନ, 3 ମାର୍ଚ୍ଚ- ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ ହୋଇଛି । ଚାରିଧାମ ଯାତ୍ରା ପୂର୍ବରୁ ବଦ୍ରିନାଥ ଓ କେଦାରନାଥରେ ହସ୍ପିଟାଲ ଖୋଲାଯିବ । ଏଥର ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) 11ଟି ଭାଷାରେ ଜାରି କରାଯିବ । ଯାହାଦ୍ୱାରା ଦେଶର ବିଭିନ୍ନ ଭାଗରୁ ଆସୁଥିବା ଶ୍ରଦ୍ଧାଳୁ ଯାତ୍ରା ସଂପର୍କୀୟ ଜରୁରୀ ସୂଚନା ପଢିପାରିବେ । ସ୍ୱାସ୍ଥ୍ୟ ସଚିବ ତୀର୍ଥଯାତ୍ରୀଙ୍କୁ ଅପିଲ କରିଛନ୍ତି ଯେ, ଚାରିଧାନ ଯାତ୍ରା ପୂର୍ବରୁ ସେମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିନ୍ତ କରାନ୍ତୁ । ସ୍ୱାସ୍ଥ୍ୟ ସଚିବ ଡକ୍ଟର ଆର ରାଜେଶ କୁମାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ବଦ୍ରିନାଥ ଓ କେଦାରନାଥରେ ହସପିଟାଲ ପାଇଁ ଉପକରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରିମଣ୍ଡଳ ବୈଠକରେ ବଂଜୁରୀ ମିଳିସାରିଛି । ଏହା ବ୍ୟତୀତ ଚାରିଧାମ ଯାତ୍ରା ରାସ୍ତାରେ ଅଭିଜ୍ଞ ଓ ଉଚ୍ଚ ହିମାଳୟରେ କାମ କରିଥିବା ପ୍ରଶିକ୍ଷିତ ମେଡିକାଲ ଟିମ୍ ମୁତୟନ କରାଯିବ ଯାହାଦ୍ୱାରା ତୀର୍ଥଯାତ୍ରୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ମିଳିପାରିବ ।

Show More

Related Articles

Back to top button