Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରହଲ୍ଲାଦ ଯୋଶୀ

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ । ଆଲୋଚନା ସମୟରେ ସୁନ୍ଦରଗଡରେ AIIMS ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ସୁନ୍ଦରଗଡରେ ୧୦୦ ଟି ସିଟ୍ ମେଡିକାଲ୍ କଲେଜ ପାଇଁ ଏକୀକୃତ କ୍ୟାମ୍ପସ୍ NTPC ଦ୍ୱାରା ସମାପ୍ତ ହୋଇଛି କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ତେବେ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନାଯୋଗ୍ୟଯେ, ରାଜ୍ୟ ସରକାର ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ସୁନ୍ଦରଗଡ ଦେଶକୁ ଶକ୍ତି ସୁରକ୍ଷା ଯୋଗାଇବାରେ ତଥା ଇସ୍ପାତ ଏବଂ ଲୁହାପଥର ଉତ୍ପାଦନ କ୍ଷେତ୍ରରେ ଜାତୀୟ ବିକାଶରେ ଓଡ଼ିଶାର ଅବଦାନ ବିଚାରକୁ ନେଇ ଏହି ଆଦିବାସୀ ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ପାଇଁ ଭାରତ ସରକାର ଆଗକୁ ଆସିବା ଉଚିତ । ତେଣୁ ସୁନ୍ଦରଗଡ଼ରେ ଏକ AIIMS ପ୍ରତିଷ୍ଠା ପାଇଁ ଓଡ଼ିଶାବାସୀ ଆଶା ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଅପର ପକ୍ଷରେ ତାଲଚେରରେ ଏମସିଏଲ ମେଡିକାଲ କଲେଜ ଆଣ୍ଡ ହସପିଟାଲର ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏଠାଠାରେ ଦୀର୍ଘ ଦିନରୁ ଭିତ୍ତିଭୂମି ପ୍ରସ୍ତୁତ ଅଛି । ଏହି ୫୦୦ ଶଯ୍ୟା ବିଶିଷ୍ଟ ଏବଂ ୧୦୦ ସିଟ୍‌ ଥିବା ମେଡ଼ିକାଲ କଲେଜ ମୁଖ୍ୟତଃ ଢେଙ୍କାନାଳ ଏବଂ ଅନୁଗୁଳର ଲୋକଙ୍କୁ ଉପକୃତ କରିବ ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶକ୍ତି ସେସ ପ୍ରସଙ୍ଗ ଉଠାଇ ଓଡିଶାରୁ ସଂଗୃହୀତ ସେସରେ ସର୍ବନିମ୍ନ ୬୦ ପ୍ରତିଶତ ଅଂଶଧନ ଓଡ଼ିଶା ସହ ଭାଗିଦାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ୨୦୨୦-୨୧ ମସିହାରେ ଓଡିଶା ୧୫୩.୮୫ ନିୟୁତ ଟନ୍ କୋଇଲା ଉତ୍ପାଦନ କରି ଦେଶର ଉତ୍ପାଦନର ୨୫% ଯୋଗଦାନ ଦେଇଥିଲା । ଭାରତ ସରକାର ଟନ୍ ପିଛା ସ୍ୱଚ୍ଛ ଶକ୍ତି ସେସ୍ @ ୪୦୦ ଟଙ୍କା ସଂଗ୍ରହ କରନ୍ତି ଯାହାର ପରିମାଣ ୫୦ ହଜାର କୋଟିରୁ ଅଧିକ ଅଟେ । ଏହିପରି ୬୦ ପ୍ରତିଶତ ସେସ ଓଡିଶାକୁ ୩୦ ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଲେ କୋଇଲା ଖଣି ଅଞ୍ଚଳ ତଥା ପ୍ରଭାବିତ ଲୋକଙ୍କ ଆର୍ଥିକ ବିକାଶ ପାଇଁ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ କୋଭିଡ ପରିସ୍ଥିତି ପରେ ଏହା ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Show More

Related Articles

Back to top button