ବାଣିଜ୍ୟ

ପୋଷ୍ଟ ଅଫିସ୍‌ରେ ଟଙ୍କା ଉଠାଣ ଓ ଜମା କରିବାର ନିୟମ ବଦଳିଲା

ଏବେ ଏତିକି ଲାଗିବ ଚାର୍ଜ-

ଯଦି ପୋଷ୍ଟ ଅଫିସ୍‌ରେ ଆପଣଙ୍କର ଆକାଉଣ୍ଟ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ପୋଷ୍ଟ ଅଫିସ୍‌ରେ ସେଭିଙ୍ଗ ଆକାଉଣ୍ଟ ସଂପର୍କିତ ନିୟମରେ ପରିବର୍ତ୍ତନ ହୋଇଛି। ଏହି ନିୟମ ୨୦୨୧ ଏପ୍ରିଲ ୧ରୁ ଲାଗୁ ହୋଇ ଯାଇଛି। India Post Payment Banks ବର୍ତ୍ତମାନ ଟଙ୍କା ଉଠାଣ, ଜମା କରିବା ଏବଂ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ ଉପରେ ଚାର୍ଜ ଲଗାଇବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ ଆପଣଙ୍କୁ ଟଙ୍କା ଜମା କରିବା ଏବଂ ଉଠାଣ ପାଇଁ ମଧ୍ୟ ଚାର୍ଜ ଦେବାକୁ ପଡିବ। ଆସନ୍ତୁ ଜାଣିବା କେଉଁ ଆକାଉଣ୍ଟ୍ସରେ ଏହି ନୂତନ ନିୟମ ଲାଗୁ ହେବ।

ବେସିକ୍ ସେଭିଙ୍ଗ୍ସ ଆକାଉଣ୍ଟ ଉପରେ କେତେ ଲାଗିବ ଚାର୍ଜ ?

ଯଦି ଆପଣଙ୍କ ବେସିକ୍ ସେଭିଙ୍ଗ୍ସ ଆକାଉଣ୍ଟ ରହିଛି ତେବେ ଆପଣଙ୍କୁ ୪ ଥର ଟଙ୍କା ଉଠାଇବା ଉପରେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ, ମାତ୍ର ସେଥିରୁ ଅଧିକ ଟ୍ରାଞ୍ଜେକ୍ସନ ଉପରେ ଆପଣଙ୍କୁ ୨୫ ଟଙ୍କା କିମ୍ବା ୦.୫ ପ୍ରତିଶତ ଚାର୍ଜ ଦେବାକୁ ପଡିବ। ଅନ୍ୟପଟେ ଟଙ୍କା ଜମା କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ସେଭିଙ୍ଗ୍ସ ଓ କରେଣ୍ଟ ଆକାଉଣ୍ଟ ଉପରେ କେତେ ଲାଗିବ ଚାର୍ଜ ?

ଯଦି ଆପଣଙ୍କ ସେଭିଙ୍ଗ୍ସ ଓ କରେଣ୍ଟ ଆକାଉଣ୍ଟ ଅଛି ତେବେ ପ୍ରତି ମାସରେ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ କାଢି ପାରିବେ। ଏଥିରୁ ଅଧିକ ଟଙ୍କା କାଢିଲେ ଆପଣଙ୍କୁ ପ୍ରତି ଥର ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ଅପରପକ୍ଷେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କଲେ କୌଣସି ଚାର୍ଜ ଲାଗିବ ନାହିଁ। ମାତ୍ର ଏଥିରୁ ଅଧିକ ଟଙ୍କା ଜମା କଲେ ପ୍ରତି ଜମା ପିଛା ଅତି କମରେ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ।

ଇଣ୍ଡିଆ ପୋଷ୍ଟ AePS ଆକାଉଣ୍ଟ ଉପରେ ଲାଗିବ ଚାର୍ଜ

ଆଇପିପିବି ନେଟ୍‌ଓ୍ଵର୍କ ଉପରେ ଅସୀମିତ ମାଗଣାରେ ନେଣଦେଣ କରାଯାଏ। ମାତ୍ର ନନ ଆଇପିପିବି ପାଇଁ କେବଳ ତିନି ଥର ମାଗଣାରେ ନେଣଦେଣ କରାଯାଇ ପାରିବ। ଏହି ନିୟମ ମିନି ଷ୍ଟେଟମେଣ୍ଟ, ଟଙ୍କା ଉଠାଣ ଓ ଟଙ୍କା ଜମା କରିବା ପାଇଁ ଉଦ୍ଦିଷ୍ଟ। AePSରେ ଫ୍ରି ଲିମିଟ୍ ସମାପ୍ତ ହେବା ପରେ ପ୍ରତି ଟ୍ରାଞ୍ଜେକ୍ସନ ଉପରେ ଏକ ଚାର୍ଜ ଦେବାକୁ ପଡିବ। ଫ୍ରି ଲିମିଟ୍ ସମାପ୍ତ ହେବା ପରେ କୌଣସି ବି ଜମା ରାଶି ଉପରେ ୨୦ ଟଙ୍କା ଚାର୍ଜ ଲାଗିବ।

Show More

Related Articles

Back to top button