Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ବଙ୍ଗଳାର ଲୋକପ୍ରିୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ୮୫ ବର୍ଷ ବୟସରେ ପରଲୋକ

ବଙ୍ଗଳାର ଲୋକପ୍ରିୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ପରଲୋକ । ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ସୌମିତ୍ର ଚାଟାର୍ଜୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟରେ ସୁଧାର ନ ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା

ବଙ୍ଗଳାର ଲୋକପ୍ରିୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ପରଲୋକ । ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ସୌମିତ୍ର ଚାଟାର୍ଜୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟରେ ସୁଧାର ନ ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା । ତାଙ୍କର ନର୍ଭ ସିଷ୍ଟମ୍ ଗୁଡିକ‌ ଅଚଳ ହୋଇଯାଇଥିଲା । ୪୦ ଦିନ ଧରି ନ୍ୟୁରୋଲୋଜି, ନେଫ୍ରୋଲୋଜି, କାର୍ଡିଓଲୋଜି, କ୍ରିଟିକାଲ୍‌ ମେଡିସିନ୍‌ କେୟାର ବିଶେଷଜ୍ଞ ଡାକ୍ତରମାନେ ତାଙ୍କର ସ୍ବାସ୍ଥ୍ୟ ସୁଧାର ପାଇଁ ଅକ୍ଳାନ୍ତ ଉଦ୍ୟମ ଜାରି ରଖିଥିଲେ । ୧୯୩୫ ଜାନୁୟାରୀ ୧୯ରେ ପଶ୍ଚିମବଙ୍ଗର କ୍ରିଷ୍ଣାନଗରଠାରେ ସୌମିତ୍ର ଜନ୍ମ ଗ୍ରହଣ କରିଥିଲେ। ଅଭିନୟ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା ।

Show More

Related Articles

Back to top button