Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ- ଏନସିଆରରେ ବଢିଲା ପ୍ରଦୂଷଣ

ନୂଆଦିଲ୍ଲୀ, ୧୪ ଜାନୁଆରୀ – ଦିଲ୍ଲୀ- ଏନସିଆରରେ ବାୟୁ ଗୁଣବତ୍ତା ହ୍ରାସ ସ୍ତରକୁ ଦେଖି ଶ୍ରେଣୀବଦ୍ଧ ପ୍ରତିକ୍ରିୟା କାର୍ଯ୍ୟ ଯୋଜନା ଗ୍ରୁପ-3 ସହିତ ଜଡିତ କଟକଣା ଲାଗୁ କରାଯାଇଛି । ସଂଶୋଧିତ ଗ୍ରୁପ-3 ଆଧାରରେ ମୁଖ୍ୟ ଭାବେ ଭାବେ କିଛି ଆବଶ୍ୟକ କାର୍ଯ୍ୟକୁ ଛାଡି ନିର୍ମାଣ ଓ ଭଙ୍ଗାରୁଜା ଗତିବିଧି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଦିଲ୍ଲୀର ସମଗ୍ର ବାୟୁ ଗୁଣବତ୍ତା ସୂଚକାଙ୍କ ଆଜି ସକାଳେ ଗମ୍ଭୀର ଶ୍ରେଣୀରେ 458 ଥିଲା ।
ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ସହିତ ଜଡିତ ଗ୍ରୁପ ସମ୍ବନ୍ଧିତ ଉପସମିତି ଶନିବାର ସନ୍ଧ୍ୟାରୁ ଦିଲ୍ଲୀ- ଏନସିଆରରେ ବାୟୁ ଗୁଣବତ୍ତାରେ ଅଚାନକ ହ୍ରାସ ପାଇଛି । ଯାହାକୁ ଦୃଷ୍ଟିରେ ରଖି ଆଜି ସକାଳେ ଏକ ଜରୁରୀ ବୈଠକ ବସିଥିଲା । ଏହି ବୈଠକରେ ଗ୍ରୁପ-3 ଅନୁସାରେ 8 ସୂତ୍ରୀ କାର୍ଯ୍ୟ ଯୋଜନା ଲାଗୁ କରିବାକୁ ନିର୍ଣ୍ଣୟ ହୋଇଛି ।

Show More

Related Articles

Back to top button