କଟକରୁ ଜବତ ହେଲା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର
କଟକ ଜିଲ୍ଲା ବିଡାନାସୀ ଅଞ୍ଚଳରୁ ଜବତ ହୋଇଛି ୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର। ବିଡ଼ାନାସୀ ଦେଉଳସାହି ଦେବୀଘର ପଛପଟୁ ଏହି ବ୍ରାଉନସୁଗାର ପୋଲିସ ଜବତ କରିଥିବା ସୂଚନା।
କଟକ ଜିଲ୍ଲା ବିଡାନାସୀ ଅଞ୍ଚଳରୁ ଜବତ ହୋଇଛି ୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର। ବିଡ଼ାନାସୀ ଦେଉଳସାହି ଦେବୀଘର ପଛପଟୁ ଏହି ବ୍ରାଉନସୁଗାର ପୋଲିସ ଜବତ କରିଥିବା ସୂଚନା। ଏଭଳି ବିପୁଳ ପରିମାଣର ବ୍ରାଉନସୁଗାର ସାହି ଭିତରୁ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଖବର ଅନୁଯାୟୀ, କିଛି ମାସ ହେବ ବିଡାନାସୀ ଦେଉଳସାହି ଦେବୀଘର ପଛପଟେ ବ୍ରାଉନସୁଗାର କାରବାର ହେଉଥିବା ସଂପର୍କରେ ପୋଲିସ ଖବର ପାଇଥିଲା। ବ୍ରାଉନସୁଗାର ପାଉଡର ବିକ୍ରୀ କରିବାକୁ ଯୋଜନା କରାଯାଉଥିବା ବେଳେ ବିଡାନାସୀ ଥାନା ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତି ମାନେ ହେଉଛନ୍ତି ବିଡାନାସୀ ଅଞ୍ଚଳର ଦେବାଶିଷ ବିଶ୍ବାଳ , ରଘୁନାଥ ଜିଉ କଲେଜ ଅଞ୍ଚଳର ବିଶ୍ବରଞ୍ଜନ ସ୍ବାଇଁ , ଲାଲବାଗ ଖ୍ରୀଷ୍ଟିଆନ୍ ସାହିର ଶ୍ରୀରାଜ ପାତ୍, ମାଲଗୋଦାମ ଯୋବ୍ରା ଅଞ୍ଚଳର ମନୋଜ କୁମାର ଦାସ ଓ ନୟାଗଡ଼ ସୁନାଖଳାର ସୁମନ୍ତ କୁମାର ମାଝି। ଏମାନଙ୍କ ପାଖରୁ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା।