ଭୁବନେଶ୍ୱର ଏମ୍ସକୁ ମିଳିଲା ଦେଶର ସବୁଠାରୁ ସ୍ୱଚ୍ଛ ହସ୍ପିଟାଲ ପୁରସ୍କାର
ଏମ୍ସ ଭୁବନେଶ୍ୱର ଦେଶର ସବୁଠୁ ସ୍ୱଚ୍ଛ ହସ୍ପିଟାଲ୍ । ରୋଗୀଙ୍କ ପାଇଁ ଏମ୍ସରେ ରହିଛି ସୁରକ୍ଷିତ ପରିବେଶ । 'ବି' ଶ୍ରେଣୀର ୩୪ ହସ୍ପିଟାଲକୁ ପଛରେ ପକାଇ ଏମ୍ସ ଭୁବନେଶ୍ୱର କାୟାକଳ୍ପ ପୁରସ୍କାରର ଚାମ୍ପିଅନ୍ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଭର୍ଚୁଆଲ୍ରେ ୨ କୋଟିର ଚେକ୍ ପ୍ରଦାନ କରିଛନ୍ତି ।
![](https://www.utkalprahari.com/wp-content/uploads/2021/01/WhatsApp-Image-2020-11-25-at-11.40.01.jpeg)
ଏମ୍ସ ଭୁବନେଶ୍ୱର ଦେଶର ସବୁଠୁ ସ୍ୱଚ୍ଛ ହସ୍ପିଟାଲ୍ । ରୋଗୀଙ୍କ ପାଇଁ ଏମ୍ସରେ ରହିଛି ସୁରକ୍ଷିତ ପରିବେଶ । ‘ବି’ ଶ୍ରେଣୀର ୩୪ ହସ୍ପିଟାଲକୁ ପଛରେ ପକାଇ ଏମ୍ସ ଭୁବନେଶ୍ୱର କାୟାକଳ୍ପ ପୁରସ୍କାରର ଚାମ୍ପିଅନ୍ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଭର୍ଚୁଆଲ୍ରେ ୨ କୋଟିର ଚେକ୍ ପ୍ରଦାନ କରିଛନ୍ତି ।
୨୦୧୫ରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ହସ୍ପିଟାଲର ସ୍ୱଚ୍ଛତା ପାଇଁ କାୟାକଳ୍ପ ପୁରସ୍କାର ଘୋଷଣା ହୋଇଛି । ବିଶୋଧନ, ସ୍ୱଚ୍ଛ ପରିବେଶ, ବର୍ଜ୍ୟ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସପୋର୍ଟ ସର୍ଭିସ ଓ ହାଇଜିନ୍ ପ୍ରମୋସନ୍ ଭଳି କ୍ଷେତ୍ରକୁ ବିଚାର କରି ହସ୍ପିଟାଲକୁ କାୟାକଳ୍ପ ପୁରସ୍କାର ଦିଆଯାଉଛି । ୧୦୦୦ରୁ ଅଧିକ ବେଡ୍ ଥିବା କେନ୍ଦ୍ରୀୟ ହସ୍ପିଟାଲ ‘ଏ’ ଶ୍ରେଣୀରେ ରହିଥିବାବେଳେ ୧ ହଜାରରୁ କମ୍ ବେଡ୍ ଥିବା ହସ୍ପିଟାଲ ‘ବି’ ଶ୍ରେଣୀରେ ରହିଛି । କାୟାକଳ୍ପର ଚୟନ ତିନୋଟି ପର୍ଯ୍ୟାୟରେ ହେଉଛି । ପ୍ରଥମେ ସେଲ୍ଫ ଆସେସ୍ମେଣ୍ଟ, ପିର୍ ଆସେସ୍ମେଣ୍ଟ ହେଉଛି । ପରେ ଚୂଡ଼ାନ୍ତ ପର୍ଯ୍ୟାୟ ମାର୍କିଂ ହେଉଛି । ପୂର୍ବରୁ ୨୦୧୮-୧୯, ୨୦୧୭-୧୮ରେ ଭୁବନେଶ୍ୱର ଏମ୍ସ କାୟାକଳ୍ପରେ ଦ୍ୱିତୀୟ ହୋଇଥିଲା ।
କାୟାକଳ୍ପ ମୂଲ୍ୟାୟନ ସମୟରେ ଏମ୍ସ ନିର୍ଦ୍ଦେଶକ ପ୍ରଫେସର ଗୀତାଞ୍ଜଳି ବାତ୍ମାନବାନେ, ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଡିଡିଏ ପି. କେ ରାୟ ଓ ଯୁଗ୍ମ ଅଧୀକ୍ଷକ ଏସ୍. କେ ପିଲାଇଙ୍କ ନେତୃତ୍ୱରେ ଟିମ୍ କାମ କରୁଥିଲା । ଏହି ପୁରସ୍କାର ରାଶିକୁ ପରବର୍ତ୍ତୀ ସମୟରେ ହସ୍ପିଟାଲର ବିକାଶ ଓ ତୃଳମୂଳ ସ୍ତରର ସ୍ୱାସ୍ଥ୍ୟସେବା କର୍ମୀଙ୍କ ପାଇଁ ଖର୍ଚ୍ଚ ହେବ ବୋଲି ହସ୍ପିଟାଲ ଅଧୀକ୍ଷକ ଡାକ୍ତର ମହାନ୍ତି କହିଛନ୍ତି ।