Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇ ଅଭିଯୁକ୍ତ ଗିରଫ

ମୁମ୍ବାଇ, 21 ନଭେମ୍ବର – ମୁମ୍ବାଇ ପୋଲିସ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବା ଦମକ ଦେଇଥିବା ଅଭିଯୁକ୍ତକୁ ଚାନାଭଟ୍ଟି ଅଞ୍ଚଳରୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା କାମରାନ ଖାନ ।
ପୋଲିସ ସୂଚନା ମୁତାବକ, ସୋମବାର ରାତିରେ କାମରାନ ଖାନ ମୁମ୍ବାଇର ପୋଲିସର କଣ୍ଟ୍ରୋଲ ରୁମକୁ ଫୋନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୋମାରେ ଉଡାଇ ଦେବାର ଧମକ ଦେଇଥିଲା । ଏହାସହିତ ଜେଜେ ହସ୍ପିଟାଲକୁ ମଧ୍ୟ ବୋମାରେ ଉଡାଇ ଦେବାର ଧମକ ଦେଇଥିଲା ।
ଧମକପୂର୍ଣ୍ଣ ଫୋନ କଲର ଯାଞ୍ଚ କରି ତଦନ୍ତକାରୀ ଅଧିକାରୀମାନେ ଚୁନାଭଟ୍ଟି ଅଞ୍ଚଳରୁ କାମରାନ ଖାନଙ୍କୁ ଗିରଫ କରିଛନ୍ତି ।

Show More

Related Articles

Back to top button