Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଷାକ୍ତ ମଦ ନେଲା ଜୀବନ; ୧୦ମୃତ ୨୫ରୁ ଉର୍ଦ୍ଧ୍ବ ଗୁରୁତର

ବିଷାକ୍ତ ମଦ ପିଇ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ପ୍ରାୟ ୧୦ ଜଣ ପ୍ରାଣ ହରାଇବା ସହ ୨୫ରୁ ଅଧିକ ଗୁରୁତର ଥିବା ସୂଚନା ମିଳିଛି ।

ବିଷାକ୍ତ ମଦ ପିଇ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ପ୍ରାୟ ୧୦ ଜଣ ପ୍ରାଣ ହରାଇବା ସହ ୨୫ରୁ ଅଧିକ ଗୁରୁତର ଥିବା ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରେ ଏହା ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୁଚନା ଅନୁସାରେ, ମଧ୍ୟପ୍ରଦେଶ ମୁନୈର ଜିଲ୍ଲାର ମାନପୁର ଓ ପହଁବାଲୀ ଗ୍ରାମରେ ଘଟିଛି ଏହି ଅଘଟଣ । ମାନପୁର ଗ୍ରାମରେ ବିଷାକ୍ତ ମଦ ପିଇ ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ପହବାଲୀରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଏସପି ଗୌରବ ତିଓ୍ୱାରୀ ଦେଇଥିବା ସୂଚନାନୁଯାୟୀ, ମଦ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ପ୍ରଥମେ ବାନ୍ତି ହୋଇଥିଲା ଓ ପରେ ସେମାନେ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମଧ୍ୟପ୍ରଦେଶରେ ବିଷାକ୍ତ ମଦମୃତ୍ୟୁ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଗତ ବର୍ଷ ଲକଡାଉନ୍ ବେଳେ ମଦ ପିଇ ୧୧ ଜଣ ପ୍ରାଣ ହରାଇଥିଲେ ।

Show More

Related Articles

Back to top button