Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଟ୍ରମ୍ପଙ୍କ ପାଖକୁ ଆସିଲା ବିଷ ପ୍ୟାକେଟ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମରେ ଆସିଥିବା ଏକ ବିଷ ପ୍ୟାକେଟକୁ ପୋଲିସ ଜବତ କରିଛି ।

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମରେ ଆସିଥିବା ଏକ ବିଷ ପ୍ୟାକେଟକୁ ପୋଲିସ ଜବତ କରିଛି । ଏଥିରେ ରିସିନ ନାମରେ ଏକ ପ୍ରକାରର ବିଷ ଥିବା ଜଣାପଡ଼ିଛି । ଆମେରିକୀୟ ନ୍ୟୁଜ ଚ୍ୟାନେଲ ସିଏନଏନର ସୂଚନା ଅନୁସାରେ, ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ସୂଚନା ଅନୁାସାରେ, ହ୍ୱାଇଟ ହାଉସକୁ ଆସୁଥିବା ପ୍ରତ୍ୟେକ ଚିଠି ଅଥବା ପାର୍ସଲ ପ୍ରଥମେ ଭଲଭାବରେ ଯାଞ୍ଚ ହୋଇଥାଏ । ଏହି ବିଷ ପ୍ୟାକେଟ କାନାଡାରୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button