Breaking PLUSବଲିଉଡ
ଆଜି ରିଲିଜ୍ ହେବ ‘ପିଏମ୍ ନରେନ୍ଦ୍ର ମୋଦି’

ଆଜି ରିଲିଜ୍ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’ । ଏଥିରେ ମୋଦିଙ୍କ ଭୂମିକାରେ ନଜର ଆସିବେ ବଲିଉଡ୍ ଅଭିନେତା ବିବେକ ଓବରୟ । କିଛିଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା । ଏହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ପରେ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଦେଖିବାକୁ ଚାହିଁ ରହିଥିଲେ ଦର୍ଶକ । ତେବେ ଆଜି ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି ।
ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବିବେକ ରହିଥିବାବେଳେ ଅନ୍ୟାନ୍ୟ ଭୂମିକାରେ ବରଖା ବିଷ୍ଟ, ଜରୀନା ବହାବ, ମନୋଜ ଯୋଶୀ, ବୋମନ ଇରାନୀ ନଜର ଆସିବେ । ଫିଲ୍ମଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେଶିତ ଥିବାରୁ ଏହା ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଛି ।