Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବିଶ୍ୱକର୍ମା ପୂଜାରେ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 17 ତାରିଖରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ । ପିଏମ ବିଶ୍ୱକର୍ମା ଯୋଜନାକୁ ଆରମ୍ଭ କରିବା ଘୋଷଣା କେନ୍ଦ୍ର ବଜେଟ 2023-24ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଯୋଜନାରେ ଆର୍ଥିକ ବର୍ଷ 2023-24ରୁ 2027-28 ପର୍ଯ୍ୟନ୍ତ ଆର୍ଥିକ ପରିବ୍ୟୟ 13ହଜାର କୋଟି ଟଙ୍କା ରଖାଯାଇଛି ।

ଗୁରୁବାର ଦିନ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ୍ସ ପୋଷ୍ଟରେ ସୂଚନା ଦିଆଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 17ରେ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ । ନିଜ ହାତ ଏବଂ ସାଧନରେ କାମ କରୁଥିବା କାରିଗର ଏବଂ ଶିଳ୍ପକାରଙ୍କ ଦ୍ୱାରା ପାରମ୍ପରିକ କୌଶଳର ଅଭ୍ୟାସକୁ ବୃଦ୍ଧି କରିବା ଏବଂ ମଜବୁତ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଗୁଣବତ୍ତା ସହିତ ଆମର ହାତ ତିଆରି ଉତ୍ପାଦ ଏବଂ ସେବା ମିଳିବାରେ ସୁଧାର କରିବା ମଧ୍ୟ ଏହି ଯୋଜନାର ଉଦ୍ଦେଶ୍ୟ ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯୋଜନାରୁ ହିତାଧିକାରୀମାନେ 15ହଜାର ଟଙ୍କାର ଟୁଲକିଟ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯିବ । ଏହା ସହିତ ହିତାଧିକାରୀଙ୍କୁ ପ୍ରତିଦିନ ହିସାବରେ 5ଶହ ଟଙ୍କା ଷ୍ଟାଇପେଣ୍ଡ ସହ ଆଧାରଭୂତ କୌଶଳ ପ୍ରଶିକ୍ଷଣ ଦିଆଯିବ । କାରିଗରମାନଙ୍କର ଉତଥାନ, ବିକାଶ ଏବଂ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ଲାଭ ପ୍ରଦାନ କରି ଆତ୍ମନିର୍ଭର କରିବା ଦିଗରେ ଏହା ଏକ ପ୍ରୟାସ ।

Show More

Related Articles

Back to top button