ଦେଶମୁଖ୍ୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ କୋଇଲା ଅଭାବ ସଙ୍କଟ ନେଇ ସମୀକ୍ଷା ବୈଠକ

ଦେଶ ବର୍ତ୍ତମାନ କୋଇଲା ଅଭାବ ସଙ୍କଟ ଦେଇ ଗତି କରୁଛି । ଏହି କାରଣରୁ ଅନେକ ସ୍ଥାନରେ ବିଦ୍ୟୁତ୍ କାଟ ମଧ୍ୟ କରାଯାଉଛି । ଏହି ଶକ୍ତି ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକ ଆଜି ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶକ୍ତି ମନ୍ତ୍ରୀ ଆର.କେ ସିଂ, କୋଇଲା ମନ୍ତ୍ରୀ ପ୍ରହଲଦ ଯୋଶୀ ଏବଂ କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ବିଦ୍ୟୁତ ଯୋଗାଣରେ ବ୍ୟାଘାତ ହେବାର ଆଶଙ୍କା ନାହିଁ ବୋଲି କୋଇଲା ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି । ଏହା ପୁର୍ବରୁ ଅନେକ ରାଜ୍ୟ କୋଇଲା ଅଭାବରୁ ବ୍ଲାକଆଉଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ଚରଣଜିତ୍ ଚାନ୍ନିଙ୍କ ସମେତ ଅନେକ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ ଶକ୍ତି ପରିସ୍ଥିତି ଗୁରୁତର ହୋଇଛି । ରାଜ୍ୟମାନଙ୍କୁ କୋଇଲା ଯୋଗାଣ ସୁନିଶ୍ଚିତ କରିବାକୁ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପକୁ ଅନୁରୋଧ କରିଛନ୍ତି ।

ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଦେଶର ଅନେକ ଥର୍ମାଲ୍ ପ୍ଲାଣ୍ଟ କୋଇଲା ଭଣ୍ଡାରର ଭୟଙ୍କର ଅଭାବର ସମ୍ମୁଖୀନ ହେଉଛନ୍ତି । ଏହା ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିପାରେ । ୫ ଅକ୍ଟୋବର ସୁଦ୍ଧା, ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ବ୍ୟବହାର କରୁଥିବା ୧୩୫ ଟି ପ୍ଲାଣ୍ଟ ମଧ୍ୟରୁ ୧୦୬ ଟିରେ କେବଳ ୬-୭ ଦିନ ପାଇଁ ଷ୍ଟକ୍ ଥିଲା ।

Show More

Related Articles

Back to top button