Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

24ରେ ନଅଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିବେ ପିଏମ ମୋଦି

ରାଞ୍ଚି: ସେପ୍ଟେମ୍ବର 24ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ପାଇଁ ନଅଟି ବନ୍ଦେ ଭାରତ ଟ୍ରେନର ଅନଲାଇନ୍ ଉଦଘାଟନ କରିବେ । ଏଥିରେ ରାଞ୍ଚି-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ସାମିଲ ରହିଛି । ଚେନ୍ନାଇ କୋଚ ଫ୍ୟାକ୍ଟ୍ରିରୁ ଦକ୍ଷିଣ-ପୂର୍ବ ରେଲୱେକୁ ଏହି ଟ୍ରେନ ପାଇଁ ଆଠଟି ରାଙ୍କ ବଣ୍ଟନ କରାଯାଇଛି । ଏହାସହିତ ଦକ୍ଷିଣ-ପୂର୍ବ ରେଳ ମୁଖ୍ୟାଳୟ ପକ୍ଷରୁ ଏହି ଟ୍ରେନର ରୁଟ୍ ମଧ୍ୟ ସ୍ଥିର କରାଯାଇଛି ।
ମହାପ୍ରବନ୍ଧକ ଅନିଲ କୁମାର ମିଶ୍ରା ସୂଚନା ଦେଇଛନ୍ତି ଯେ, ରାଞ୍ଚି-ହାୱଡା ବନ୍ଦେ ଭାରତ ଟ୍ରେନ ରାଞ୍ଚିରୁ ବାହାରିବ ଏବଂ ଏହା ମୁରୀ, ଝାଲଦା, ପୁରୁଲିୟା, ଚାଣ୍ଡିଲ, ଟାଟାନଗର, ଘାଟଶିଳା, ଝାଡଗ୍ରାମ ଓ ଖଡଗପୁର ଦେଇ ହାୱଡା ଯିବ । ପ୍ରଥମ ଦିନ ଟ୍ରେନର ଟ୍ରାଏଲ ରନ୍ ଦ୍ୱିପ୍ରହର 12.45 ମିନିଟରେ କରାଯିବାକୁ ସ୍ଥିର ହୋଇଛି । ତେବେ ନିୟମିତ ଭାବେ ଚଳାଚଳ କରିବା ନେଇ କୌଣସି ସମୟ ନିର୍ଦ୍ଧାରଣ କରାଯାଇନାହିଁ ।

Show More

Related Articles

Back to top button