Breaking PLUSଓଡ଼ିଶା

ପାରାଦୀପରେ ଆରମ୍ଭ ହେଲା ଦୁଇ ଦିନିଆ ସାଗର କବଚ-2 ସମରାଭ୍ୟାସ

ପାରାଦୀପରେ ସେନାର ଦୁଇ ଦିନିଆ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ମିଳିତ ସମରାଭ୍ୟାସ ସାଗର କବଚ –୨। ୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀ ଜଳପଥ ଦେଇ ଆକ୍ରମଣ କରିଥିଲେ। ଏହାପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ଏହିଭଳି ସମରାଭ୍ୟାସ ହେଉଛି।ପାରାଦୀପରେ ସେନାର ସମରାଭ୍ୟାସ ଆରମ୍ଭ ହୋଇଛି। ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ସାମୁଦ୍ରିକ ମତ୍ସ୍ୟଜୀବୀ ସମୁଦାୟକୁ ସୁରକ୍ଷା ଦେବା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସଠିକ ରଖିବା ଏହି ସମରାଭ୍ୟାସର ଉଦ୍ଦେଶ୍ୟ। ଉପକୂଳ ଓ ଜଳପଥ ସୀମାରେ କଡା ପ୍ରହରା ଦିଆଯାଉଛି। ମେରାଇନ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଓଡିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ । ଜଳପଥ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ସମରାଭ୍ୟାସ ଚାଲିଛି । ଏଥିରେ ୧୮ରୁ ଉର୍ଦ୍ଧ ବିଭାଗ ସାମିଲ ହୋଇଛନ୍ତି । ୪୮୦ କିଲୋମିଟର ସମୁଦ୍ର ଭିତରେ ଚାଲିଛି ଏହି ସମରାଭ୍ୟାସ । ବିଭିନ୍ନ ବିଭାଗକୁ ରେଡ ଏବଂ ବ୍ଲୁ ଦୁଇଟି ଟିମରେ ବିଭକ୍ତ କରାଯାଇଛି । ଏଥିରେ ଗୋଟିଏ ଟିମ ଆକ୍ରମଣ କଲାବେବେଳ ଅନ୍ୟ ଟିମ କିପରି ସେଥିରୁ ନିଜକୁ ବଞ୍ଚାଇବ ତାହାର ଅଭ୍ୟାସ ଚାଲିଛି ।  ଏହି ଅଭ୍ୟାସ ଦୁଇ ଦେଶ ମିଳିତ ଭାବରେ କରୁଛି ।

Show More

Related Articles

Back to top button