Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକା ଯିବେ ମୋଦି

ବାଇଡେନଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୨୪ରେ ଆମେରିକା ହ୍ୱାଇଟହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ । ଏନେଇ ମୋଦି ଆମେରିକା ଗସ୍ତ କରିବେ । ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏପରି ଦ୍ୱିପାକ୍ଷିକ ବୈଠକ ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଖାଲି ବାଇଡେନ ନୁହନ୍ତି, ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ମୋଦିଙ୍କୁ ସାକ୍ଷାତ କରିବେ । ମୋଦି ଓ କମଳାଙ୍କ ମଧ୍ୟରେ ଭେଟଘାଟ ସେପ୍ଟେମ୍ବର ୨୩ରେ ହେବ ।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ବାଇଡେନ-ହ୍ୟାରିସ ପ୍ରଶାସନ ଭାରତ ସହ ସବୁବେଳେ ଘନିଷ୍ଠ ହୋଇ କାର୍ଯ୍ୟ କରିଛନ୍ତି । ଇଣ୍ଡୋ-ଫ୍ୟାସିଫିକ ପ୍ରସଙ୍ଗ ହେଉ କିମ୍ବା ମହାମାରୀ କରୋନାର ମୂଳପୋଛ ଦିଗରେ ଉଭୟ ଦେଶ ସବୁବେଳେ କାର୍ଯ୍ୟ କରି ଆସିଛନ୍ତି । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ମଧ୍ୟ ଭାରତ ଓ ଆମେରିକା ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ଧାରାକୁ ଆଗକୁ ନେବା ପାଇଁ ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ହ୍ୱାଇଟହାଉସରେ ଇନ୍‌ ପର୍ସନ ଦ୍ୱିପାକ୍ଷିକ ବୈଠକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ।”

ଶେଷଥର ପାଇଁ ମୋଦି ଓ ବାଇଡେନଙ୍କ ମଧ୍ୟରେ ଏପ୍ରିଲ ୨୬ରେ ଫୋନରେ କଥାବାର୍ତ୍ତା ହୋଇଥିଲା । ସେହିପରି କମଳାଙ୍କ ସହ ମୋଦି ଜୁନ୍‌ ୩ରେ ଫୋନରେ କଥା ହୋଇଥିଲେ । ମୋଦି ୨୦୧୯ରେ ଶେଷଥର ପାଇଁ ଆମେରିକା ଗସ୍ତ କରିଥିଲେ । ଏହି ସମୟରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ସେ ହାୱଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ ।

ଏବେ ସେ ପୁଣି ଆମେରିକା ଯିବେ । ସେପ୍ଟେମ୍ବର ୨୪ରେ ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ ବୈଠକରେ ମଧ୍ୟ ମୋଦି ଯୋଗଦେବେ । ମୋଦିଙ୍କ ବ୍ୟତୀତ ଏହି ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିଡିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସାମିଲ ହେବେ ।

Show More

Related Articles

Back to top button