Breaking PLUSଦେଶମୁଖ୍ୟ ଖବର

ଶନିବାର ସନ୍ଧ୍ୟାରେ ଗୌହାଟୀରେ ପହଞ୍ଚିବେ ପିଏମ ମୋଦି

11ହଜାର 599 କୋଟିର ପରିଯୋଜନାର କରିବେ ଉଦଘାଟନ

ଗୌହ୍ୱାଟୀ, ୨ ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିବସୀୟ ଗସ୍ତରେ ଶନିବାର ସନ୍ଧ୍ୟାରେ ଗୌହ୍ୱାଟୀରେ ପହଞ୍ଚିବେ । ସେ ଶନିବାର ରାତିରେ ରାଜ୍ୟ ଅତିଥିଶାଳାରେ ବିଜେପି କୋର କମିଟିର ବୈଠକକୁ ସମ୍ବୋଧିତ କରିବେ । ରବିବାର ଅତିଥିଶାଳାରେ ବିଶ୍ରାମ କରି ରବିବାର ଅନେକ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେବେ ।
ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି 11ହଜାର 599 କୋଟି ଟଙ୍କାର ବିଭିନ୍ନ ପରିଯୋଜନାର ଉଦଘାଟନ ଓ ଅନେକ ପରିଯୋଜନାର ଶିଳାନ୍ୟାସ କରିବେ ।
ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଶୁକ୍ରବାର ଏହି ସୂଚନା ଲୋକସେବା ଭବନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ପିଏମ ମୋଦି ରବିବାର ସକାଳ 11.30ଟା ବେଳେ ରାଜଧାନୀର ଖାନାପାଡା ସ୍ଥିତ ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳ ମୈଦାନରେ ଏକ ସରକାରୀ ସମାରୋହକୁ ସମ୍ବୋଧିତ କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବେ ।

Show More

Related Articles

Back to top button