Breaking PLUSଦେଶମୁଖ୍ୟ ଖବର
ରାଣୀ ଲକ୍ଷ୍ମୀବାଈଙ୍କ ସ୍ମରଣ କଲେ ପିଏମ ମୋଦି

ନୂଆଦିଲ୍ଲୀ, 19 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତର ସ୍ୱାଧୀନତା ସଂଗ୍ରାମୀ ତଥା ମହାଯୋଦ୍ଧା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ତାଙ୍କ ସ୍ମରଣ କରି ପ୍ରଣାମ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଭାରତୀୟ ନାରୀ ଶକ୍ତିର ପରାକ୍ରମର ପ୍ରତୀକ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ । ବିଦେଶୀ ଶାସନର ଅତ୍ୟାଚାର ବିରୁଦ୍ଧରେ ତାଙ୍କର ସାହସ, ସଂଘର୍ଷ ଓ ବଳିଦାନର ଗାଥା ଦେଶର ସବୁ ପିଢିକୁ ପ୍ରେରଣା ଯୋଗାଇବ ।