ଫେବୃୟାରୀ 3ରେ ସିଏଲଇଏ-କମନୱେଲ୍ଥ ଆଟର୍ଣ୍ଣି ଓ ସଲିସିଟର ଜେନେରାଲ କନଫରେନ୍ସର ଉଦଘାଟନ କରିବେ ପିଏମ ମୋଦି

ନୂଆଦିଲ୍ଲୀ, ୨ ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ 3 ତାରିଖ ପୂର୍ବାହ୍ନ 10ଟା ବେଳେ ବିଜ୍ଞାନ ଭବନରେ କମନୱେଲ୍ଥ ଲିଗାଲ ,ଜୁକେସନ ଆସୋସିଏସନ କମନୱେଲ୍ଥ ଆଟର୍ଣ୍ଣି ଓ ସଲିସିଟର ଜେନେରାଲ କନଫରେନ୍ସ 2024ର ଉଦଘାଟନ କରିବେ । ଏହି ଅବସରରେ ପିଏମ ମୋଦି ସମ୍ବୋଧନ ଦେବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏହାର ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ଆଇନ ଓ ନ୍ୟାୟ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନ୍ୟାୟିକ ପରିବର୍ତ୍ତନ ଏବଂ ଆଇନଗତ ଅଭ୍ୟାସର ନୈତିକ ପରିମାଣ, କାର୍ଯ୍ୟନିର୍ବାହୀ ଉତ୍ତରଦାୟିତ୍ୱ ଏବଂ ଆଧୁନିକ ଆଇନ ଶିକ୍ଷା ଉପରେ ପୁନଃ ଧ୍ୟାନ ଦେବା ଉପରେ ବିଚାର-ବିମର୍ଷ କରାଯିବ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ନ୍ୟାୟ ବିତରଣ ।
ଏହି ସମ୍ମିଳନୀରେ ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିନିଧିମଣ୍ଡଳୀ ସହିତ ଏସିଆ-ପ୍ରଶାନ୍ତ ମହାସାଗରୀୟ, ଆଫ୍ରିକା ଏବଂ କାରିବିଆନ୍ ବିସ୍ତାର କରୁଥିବା ଦେଶ ଗୁଡିକର ଆଟର୍ଣ୍ଣି ଜେନେରାଲ୍ ଏବଂ ସଲିସିଟରମାନେ ଯୋଗଦେବେ। ଆଇନ ଶିକ୍ଷା ତଥା ଆନ୍ତର୍ଜାତୀୟ ନ୍ୟାୟ ବିତରଣରେ ଆହ୍ୱାନର ମୁକାବିଲା ପାଇଁ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀ ଆଟର୍ଣ୍ଣି ଏବଂ ସଲିସିଟର ଜେନେରାଲଙ୍କ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯିବ ।