Breaking PLUSଦେଶମୁଖ୍ୟ ଖବର
ଆଜିଠୁ 11 ଦିନର ବିଶେଷ ଅନୁଷ୍ଠାନ ଆରମ୍ଭ କଲେ ପିଏମ ମୋଦି

ନୂଆଦିଲ୍ଲୀ, 12 ଜାନୁୟାରୀ – ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆଜିଠୁ 11 ଦିନିଆ ଅନୁଷ୍ଠାନ ଆରମ୍ଭ କରିଛନ୍ତି ପିଏମ ମୋଦି। ଏନେଇ ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ସୂଚନା ଦେଇଛନ୍ତି । ପିଏମ କହିଛନ୍ତି ଯେ, ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ କେବଳ 11ଦିନ ବାକି ରହିଛି । ମୋର ସୌଭାଗ୍ୟ ଏହା ଯେ, ମୁଁ ମଧ୍ୟ ଏହି ପୁଣ୍ୟ ଅବସରରେ ସାକ୍ଷୀ ରହିବି । ପ୍ରଭୁ ମୋତେ ପ୍ରାଣ ପ୍ରତିଷ୍ଠା ସମୟରେ ସମସ୍ତ ଭାରତବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ନାମିତ କରିଛନ୍ତି । ଏହାକୁ ଧ୍ୟାନରେ ରଖି ମୁଁ ଆଜିଠାରୁ 11ଦିନ ବିଶେଷ ଅନୁଷ୍ଠାନର ଆରମ୍ଭ କରୁଛି । ମୁଁ ଆପଣ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି ।
ଏହି ସମୟରେ ନିଜର ଭାବନାକୁ ଶବ୍ଦରେ କହିବା କଠିନ ଅଟେ, କିନ୍ତୁ ମୁଁ ନିଜ ତରଫରୁ ଏକ ପ୍ରୟାସ କରିଛି ।