Breaking PLUSଦେଶମୁଖ୍ୟ ଖବର

‘ଦୁର୍ନୀତିଗ୍ରସ୍ତଙ୍କୁ ବଞ୍ଚାଇବା ପାଇଁ ହେଉଛନ୍ତି ଏକଜୁଟ୍’, କେରଳରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଦୁଇ ଦିନିଆ କେରଳ ଗସ୍ତରେ ପହଞ୍ଚିଛନ୍ତି । କୋଚିରେ ବିଜେପି କର୍ମୀ ତାଙ୍କୁ ଭଗ୍ୟ ସ୍ୱାଗତ ଜଣାଇଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଏହ ଜନସଭାକୁ ସମ୍ୱୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଦୁର୍ନୀତିଗ୍ରସ୍ତଙ୍କୁ ରକ୍ଷା କରିବା ପାଇଁ ବିରୋଧୀ ଏକଜୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମ ସରକାର ଦେଶର ପ୍ରତିଟି ଗରିବଙ୍କୁ ପକ୍କା ଘର ଉପଲବ୍ଧା କରାଇବା ନେଇ ଅଭିଯାନ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରିବଙ୍କୁ ପ୍ରାୟ ୨ ଲକ୍ଷ ଘର ମଞ୍ଜୁରୀ ଦିଆଯାଇଛି । ଏଥିରୁ ପ୍ରାୟ ୧.୩୦ ଲକ୍ଷ ଘର ନିର୍ମାଣ ହୋଇସାରିଛି’। ଏହାସହ ସେ କହିଛନ୍ତି, ‘ଆଜାଦି କା ଅମୃତକାଳରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ହେବାର ସଂକଳ୍ପ ନେଇ କାମ କରିବାର ଅଛି । ଏଥିରେ କେରଳର ଲୋକଙ୍କ ବଡ଼ ଭୂମିକା ରହିବ । ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ଏବଂ ସବକା ବିଶ୍ୱାସର ମନ୍ତ୍ର ସହ ବିଜେପି ସଂକଳ୍ପକୁ ସିଦ୍ଧିରେ ପରିଣତ କରୁଛି’ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦ୍ରୁତ ବିକାଶ ଏବଂ ଯୁବକଙ୍କ ଆକାଂକ୍ଷା ପୂରଣରେ ସବୁଠୁ ବଡ ବାଧକ ହେଉଛି ଦୁର୍ନୀତି ।

ଅଗଷ୍ଟ ୧୫ରେ ମୁଁ କହିଥିଲି, ଭଷ୍ଟ୍ରାଚାର ବିରୋଧର ଚୂଡାନ୍ତ ଲଢେଇ ସମୟର ଆସି ସାରିଛି । କିନ୍ତୁ ଦୁର୍ନୀତିଗ୍ରସ୍ତ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ରାଜନୀତିରେ ଦ୍ରୁବୀକରଣ ଆରମ୍ଭ ହୋଇଛି। ଦୁର୍ନୀତିଗ୍ରସ୍ତ ଏବଂ ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେବା ପାଇଁ କିଛି ରାଜନୈତିକ ଦଳ ସାମନାକୁ ଆସିଛନ୍ତି। ଏମାନେ ସଂଗଠିତ ହେବାର ପ୍ରୟାସ କରୁଛନ୍ତି। ଦେଶ ଏବଂ କେରଳର ଲୋକେ ଏମାନଙ୍କ ଠାରୁ ସତର୍କ ରହିବା ଜରୁରୀ’।

Show More

Related Articles

Back to top button