Breaking PLUSଦେଶମୁଖ୍ୟ ଖବର

ମନୋହର ଯୋଶୀଙ୍କ ବିୟୋଗରେ ପିଏମ ମୋଦିଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ, 23 ଫେବୃଆରୀ – ମନୋହର ଯୋଶୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ମନୋହର ଯୋଶୀଙ୍କ ବିୟୋଗରେ ଦୁଃଖିତ । ସେ ଜଣେ ଭେଟେରାନ୍ ନେତା ଯିଏକି ଜନସେବାରେ ଦୀର୍ଘବର୍ଷ ବିତାଇଥିଲେ ଏବଂ ପୌରପାଳିକା, ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ସେ ରାଜ୍ୟର ଅଗ୍ରଗତି ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଭାବରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଲୋକସଭା ବାଚସ୍ପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଆମର ସଂସଦୀୟ ପ୍ରକ୍ରିୟାକୁ ଅଧିକ ଜୀବନ୍ତ ଏବଂ ଅଂଶଗ୍ରହଣକାରୀ କରିବାକୁ ଚେଷ୍ଟା କରିଥିଲେ। ମନୋହର ଯୋଶୀ ଜୀ ଜଣେ ବିଧାୟକ ଭାବରେ ତାଙ୍କର ପରିଶ୍ରମ ପାଇଁ ସ୍ମରଣୀୟ ରହିବେ । ତାଙ୍କର ଶୋକସନ୍ତପ୍ତ ପରିବାର ଓ ସମର୍ଥକଙ୍କୁ ସମବେଦନା । ଓମ୍ ଶାନ୍ତି ।

Show More

Related Articles

Back to top button