Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ୟୁଏଇ ରାଷ୍ଟ୍ରପତି ଓ ମିଳିତ ଜାତିସଂଘ ମୁଖ୍ୟଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ସାକ୍ଷାତ କଲେ ପିଏମ ମୋଦି

ନୂଆଦିଲ୍ଲୀ, 1 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସିଓପି-28ର ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ ଓ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଣେରେସଙ୍କ ସମେତ ଅନେକ ବିଶ୍ୱ ନେତାଙ୍କୁ ସାକ୍ଷାତ କରିଛନ୍ତି ।
ଏନେଇ ପିଏମ ମୋଦି ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଶ୍ୱ ଜଳବାୟୁ ପାଇଁ ଏକ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ସିଓପି-28 ଶିଖର ସମ୍ମିଳନୀରେ ସାମିଲ ହୋଇ ଖୁସି ଲାଗୁଛି । ସ୍ଥାୟୀ ଭବିଷ୍ୟତ ପାଇଁ ସାର୍ଥକ ସମ୍ବାଦ ଓ ସହଯୋଗରେ ସାମିଲ ହେବାକୁ ଆଗ୍ରହୀ ଅଛି । ଭବ୍ୟ ସ୍ୱାଗତ କରିଥିବାରୁ ଭାଇ ମହମ୍ମଦ ବିନ ଜାୟଦ ଓ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଧନ୍ୟବାଦ ଜଣାଉଛି ।
ଏହାସହିତ ପିଏମ ମୋଦି ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟ, ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ, ତାଜିକିସ୍ତାନର ରାଷ୍ଟ୍ରପତି ଇମୋମାଲି ରହେମାନ, ସଂଯୁକ୍ତ ଆରବ ଏମିରେଟର ଉପରାଷ୍ଟ୍ରପତି ମହମ୍ମଦ ବିନ ରାଶିଦ ଅଲ୍ ମକତୁମ ଓ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କୁ ସାକ୍ଷାତ କରିଛନ୍ତି ।

Show More

Related Articles

Back to top button