Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ବିଶ୍ୱରେ ଦୃଢ ହେଉଛି ଭାରତର ସ୍ୱର- ପିଏମ ମୋଦି

ପିଥୌରାଗଡ/ନୂଆଦିଲ୍ଲୀ- ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ବିଶ୍ୱରେ ଭାରତର ସ୍ୱର ଦୃଢ ହେବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଶ୍ୱ ଆଜି ଭାରତର କ୍ଷମତାକୁ ଗ୍ରହଣ କରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରାଖଣ୍ଡର ପିଥୌରାଗଡରେ 4ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂକଳ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଚାଲେଞ୍ଜରେ ପରିପୂର୍ଣ୍ଣ ବିଶ୍ୱରେ ଭାରତର ସ୍ୱର ଦୃଢ ହୋଇଛି । କିଛି ସପ୍ତାହ ତଳେ ଜି-20ର ବହୁତ ବଡ ଓ ଭବ୍ୟ ଆୟୋଜନ କରାଯାଇଥିଲା, ଏଥରେ ବିଶ୍ୱ ଭାରତର ଶକ୍ତିକୁ ସ୍ୱୀକୃତି ଦେଇଛି । ଦୁନିଆ ଆଜି ଖେଳରେ ମଧ୍ୟ ଭାରତର କ୍ଷମତାକୁ ଦେଖୁଛି । ନିକଟରେ ହୋଇଥିବା ଏସୀୟ କ୍ରୀଡାରେ ଭାରତ ରେକର୍ଡ ପରିବାଣର ପଦକ ଜିତିଛି ।
ପିଏମ ମୋଦି ଆଧ୍ୟାତ୍ମିକତା ଓ ବୀରଙ୍କ ଭୂମିକୁ ନମନ କରି କହିଛନ୍ତି ଯେ, ଉତ୍ତରାଖଣ୍ଡର ଅଦ୍ଭୁତ କ୍ଷମତା ରହିଛି । ଏହି ଦଶକ ଉତ୍ତରାଖଣ୍ଡର ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି ଯେ, ଉତ୍ତରାଖଣ୍ଡର ବିକାଶ ଓ ଏହାର ନାଗରିକଙ୍କ ଖୁସି ସରକାରଙ୍କ ମିଶନର ମୂଳଲକ୍ଷ୍ୟ । ଉତ୍ତରାଖଣ୍ଡର ବିକାଶ ନୂଆ ଶିଖରରେ ପହଞ୍ଚୁ ଏବଂ ଲୋକଙ୍କ ଜୀବନ ସରଳ ହେଉ, ଏଥିପାଇଁ ସରକାର ବିଶ୍ୱସ୍ତ, ସମର୍ପଣ ଭାବ ଓ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଛନ୍ତି ବୋଲି ପିଏମ କହିଛନ୍ତି ।

Show More

Related Articles

Back to top button