Breaking PLUSଦେଶମୁଖ୍ୟ ଖବର

ଜୈନ ସନ୍ଥ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ବ୍ରହ୍ମଲୀନରେ ଦୁଃଖ ପ୍ରକାଶ କଲେ ପିଏମ ମୋଦି

ନୂଆଦିଲ୍ଲୀ, 18 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୈନ ସନ୍ଥ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ବ୍ରହ୍ମଲୀନ ହେବା ଶୁଣିବା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି ଯେ, ଆଚାର୍ଯ୍ୟ ଶ୍ରୀ 108 ବିଦ୍ୟାସାଗର ଜୀବ ମହାରାଜଙ୍କ ବ୍ରହ୍ମଲୀନ ଦେଶ ପାଇଁ ଅପୂରଣୀୟ କ୍ଷତି ଅଟେ । ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରତା ପାଇଁ ଆଚାର୍ଯ୍ୟଙ୍କ ବହୁମୂଲ୍ୟବାନ ପ୍ରୟାସକୁ ସର୍ବଦା ମନେ ପକାଯିବ ।
ମୋଦି କହିଛନ୍ତି ଯେ, ସାରା ଜୀବନ ସେ ଗରିବୀ ଉନ୍ମୂଳନ ସହିତ ସମାଜରେ ସୁସ୍ଥ ଓ ଶିକ୍ଷାର ଅଭିବୃଦ୍ଧିରେ ସେ ଲାଗିଥିଲେ । ପ୍ରଧାନମନ୍ତ୍ରୀ ଗତବର୍ଷ ଛତିଶଗଡର ଚନ୍ଦ୍ରଗିରି ଜୈନ ମନ୍ଦିରରେ ଆଚାର୍ଯ୍ୟଙ୍କ ସହ ନିଜର ସାକ୍ଷାତକୁ ମଧ୍ୟ ମନେ ପକାଇ କହିଛନ୍ତି ଯେ, ଏହି ସାକ୍ଷାତ ଅବିସ୍ମରଣୀୟ ରହିବ ।

Show More

Related Articles

Back to top button