Breaking PLUSଦେଶମୁଖ୍ୟ ଖବର

କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁପିର କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୋଦି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଥିଲେ । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ଉଭୟେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବା ଫଟୋ ମଧ୍ୟ ଭାଇରାଲ ହୋଇଛି ।

କାନପୁର ମେଟ୍ରୋ ଟ୍ରେନ୍‌କୁ ଉଦ୍‌ଘାଟନ କରିବା ପରେ ଉଭୟେ ଆଇଆଇଟି ମେଟ୍ରୋ ଷ୍ଟେସନରୁ ଗୀତା ନଗର ଷ୍ଟେସନକୁ ଯାତ୍ରା କରିଥିଲେ ।

କାନପୁରରେ ମେଟ୍ରୋ ପ୍ରକଳ୍ପର ମୋଟ ଲମ୍ବ ହେଉଛି ୩୨ କିଲୋମିଟର । ଏଥିପାଇଁ ୧୧ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି। ବିଶେଷକରି ଆଇଆଇଟି କାନପୁରରୁ ମୋତି ଝେଲ ପର୍ଯ୍ୟନ୍ତ ୯ କିମି ଫୋକସ ଏରିଆ ବୋଲି ପିଏମଓ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୯ ନଭେମ୍ବର ୧୫ରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଦୁଇ ବର୍ଷ ପୂର୍ବେ ମୋତି ଝେଲରୁ କାନପୁର ଆଇଆଇଟି ପର୍ଯ୍ୟନ୍ତ ଟ୍ରାଏଲ ରନ୍ ଆରମ୍ଭ ହୋଇଥିଲା । ମେଟ୍ରୋ ପ୍ରକଳ୍ପର କାର୍ଯ୍ୟ ନେଇ ମୋଦି ମଧ୍ୟ ସମୀକ୍ଷା କରିଥିଲେ । ସେହିପରି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୩୫୬ କିମି ଲମ୍ବ ପାଇପଲାଇନ ପ୍ରକଳ୍ପ ମଧ୍ୟ ଆରମ୍ଭ କରିବେ । ଏହି ପ୍ରକଳ୍ପ ପାଇଁ ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

Show More

Related Articles

Back to top button