Breaking PLUSଓଡ଼ିଶାମୁଖ୍ୟ ଖବର

+୨ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ ଶୁଭେଚ୍ଛା

କହିଲେ- ପ୍ରଶ୍ନପତ୍ର ଗୁଜବକାରୀଙ୍କ ଉପରେ ରହିଛି ସ୍ୱତନ୍ତ୍ର ନଜର

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ତାପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ ଶୁଭେଚ୍ଛା । ଚାପମୁକ୍ତ ପରୀକ୍ଷା ପାଇଁ ଦେଲେ ଟିପ୍ସ ମନ୍ତ୍ରୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡିକରେ ପାନୀୟ ଜଳ, ଓଆର୍‌ଏସ୍‌ର ବ୍ୟବସ୍ଥା କରାଯାଇଛି ।

ଖାସ୍ କରି କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଗୁଜବ କାରୀଙ୍କ ଉପରେ ସ୍ୱରନ୍ତ୍ର ନଜର ରହିବ। ଯଦି ସେମାନେ କିଛି ଗୁଜବ ସୃଷ୍ଟ କରନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତ୍ରୁଟି ଶୂନ୍ୟ, ଓ ଚାପମୁକ୍ତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମନ୍ତ୍ରୀ ସମୀର ଦାସ ।

Show More

Related Articles

Back to top button