Breaking PLUSଓଡ଼ିଶାମୁଖ୍ୟ ଖବର

ଯୁକ୍ତ ୨ ଜୁନିୟର କଲେଜରେ ବଢିଲା ୫୫ ହଜାର ସିଟ୍‌

ଯୁକ୍ତ ୨ ଜୁନିୟର କଲେଜରେ ବଢିଲା ୫୫ ହଜାର ସିଟ୍‌। ରାଜ୍ୟର ମୋଟ ୮ଶହ ଜୁନିୟର କଲେଜରେ ୫୫ହଜାର ଆସନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ୍‌ ବୃଦ୍ଧି କରିଛନ୍ତି ସରକାର ।

ଯୁକ୍ତ ୨ ଜୁନିୟର କଲେଜରେ ବଢିଲା ୫୫ ହଜାର ସିଟ୍‌। ରାଜ୍ୟର ମୋଟ ୮ଶହ ଜୁନିୟର କଲେଜରେ ୫୫ହଜାର ଆସନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ୍‌ ବୃଦ୍ଧି କରିଛନ୍ତି ସରକାର । ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ସରିଥିବା ବେଳେ ଖୁବଶୀଘ୍ର ଘୋଷଣା କରାଯିବ ।

ସେପଟେ ୮ଶହ ଜୁନିୟର କଲେଜ ୭୨ ହଜାର ଆସନ ବୃଦ୍ଧି ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ଆସନ ବୃଦ୍ଧି ହୋଇଥିଲେ ମଧ୍ୟ କୌଣସି ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ନାମଲେଖା ଦେୟ ବଢାଇ ପାରିବେନି । ଗତବର୍ଷ ଯାହା ଥିଲା, ଚଳିତ ବର୍ଷ ମଧ୍ୟ ସମାନ ଦେୟ ରହିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ହାଇ ପାଓ୍ଵାର କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଜ୍ଞାନ ପାଠ୍ୟକ୍ରମରେ ୧୩ ହଜାର ସିଟ୍‌, ବାଣିଜ୍ୟରେ ୩ ହଜାର, କଳା ପାଠ୍ୟକ୍ରମରେ ସର୍ବାଧିକ ୩୫ ହଜାର ଉର୍ଦ୍ଧ୍ୱ ସିଟ୍‌ ବୃଦ୍ଧି ହୋଇଛି ।

Show More

Related Articles

Back to top button