Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ଦୁର୍ଗାପୂଜା କରିବାକୁ ଜନସ୍ୱାର୍ଥ ମାମଲା

କଟକରେ ପ୍ରସିଦ୍ଧ ଦୁର୍ଗାପୂଜା କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।

କଟକ : ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପୂଜାର୍ଚ୍ଚନା ଉପରେ ରୋକ ଲଗାଇଛନ୍ତି । କିନ୍ତୁ ମହାମାରୀ କୋରୋନା ମଧ୍ୟରେ ପାଳନ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା । ଏହାକୁ ନେଇ କଟକରେ ପ୍ରସିଦ୍ଧ ଦୁର୍ଗାପୂଜା କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ପୁରୀ ରଥଯାତ୍ରା ଭଳି କୋଭିଡ୍ ଗାଇଡ୍ ଲାଇନ ପାଳନ କରି କଟକରେ ଦୁର୍ଗା ପୂଜା ପାଇଁ ଆବେଦନରେ ଉଲ୍ଲେଖ ରହିଛି। ଏ ନେଇ କଟକ ବାଲୁବଜାର ପୂଜା କମିଟି ଦ୍ଵାରା ପିଆଇଏଲ୍ ଦାଏର କରାଯାଇଛି । କୋଭିଡ ଗାଇଡ ଲାଇନ ଆଧାରରେ ପୂଜା ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଛି।

Show More

Related Articles

Back to top button