ଦେଶସ୍ୱତନ୍ତ୍ର

ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର

ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର । ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର । ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୩.୯୬ ଡଲାରରେ ପହଞ୍ଚିଥିବାବେଳେ    ଆଗାମୀ ଦିନରେ ମୂଲ୍ୟରେ ଆହୁରି ହ୍ରାସ ପାଇବ । ଏନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ତେଲ କମ୍ପାମନୀଗୁଡିକ ଦିଲ୍ଲୀ ଏବଂ ମୁମ୍ବାଇ ପରି ଦେଶରର ୪ ଟି ମେଟ୍ରୋରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରି ନଥିବା ବେଳେ ଅନ୍ୟ କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସହରରେ କେତେ ଅଛି ତୈଳ ଦର ।

ୟୁପିର ଗୌତମ ବୁଦ୍ଧ ନଗର (ନୋଏଡା-ଗ୍ରେଟର ନୋଏଡା) ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ୧୧ ପଇସା ହ୍ରାସ ପାଇଥିବା ବେଳେ ଗାଜିଆବାଦରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସାକୁ ଖସି ଆସିଛି ।

ତେବେ ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୩.୯୬ ଡଲାର ରହିଥଇବାବେଳେ ଏହାର ମୂଲ୍ୟ ଲିଟର ପିଛା ୮୭.୭୩ ଡଲାର ରହିଛି ।

 

 

Show More

Related Articles

Back to top button