Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପେଟ୍ରୋଲ-ଡିଜେଲ ଦର ସ୍ଥିର, ଅଶୋଧିତ ତୈଳଦର ବ୍ୟାରେଲ ପିଛା 82 ଡଲାର

ନୂଆଦିଲ୍ଲୀ- ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ହ୍ରାସ ପାଇବାରେ ଲାଗିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 82 ଡଲାର ରହିଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ ମୂଲ୍ୟ 78 ଡଲାର ରହିଛି । ସାର୍ବଜନୀନ କ୍ଷେତ୍ରରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ ଶନିବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 96.72ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 89.62 ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ 106.31 ଟଙ୍କା ଓ ଡିଜେଲ ମୂଲ୍ୟ 94.27 ଟଙ୍କା ଓ କୋଲକାତାରେ ପେଟ୍ରୋଲ ରେଟ୍ ଲିଟର ପିଛା 106.03 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 92.76 ଟଙ୍କା, ଚେନ୍ନାଇରେ ପେଟ୍ରୋଲ ରେଟ୍ 102.63 ଟଙ୍କା ଓ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି ।

Show More

Related Articles

Back to top button