Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର

ନୂଆଦିଲ୍ଲୀ- ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧର ପ୍ରଭାବ ଅଶୋଧିତ ତୈଳଦର ଉପରେ ପଡିଛି । ଅଶୋଧିତ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା 91 ଡଲାର ଓ ଅଶୋଧିତ ଡବ୍ଲୁଟିଆଇ ମୂଲ୍ୟ ବ୍ୟାରେଲ ପିଛା 88 ଡଲାର ରହିଛି । ତେବେ ଦେଶରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ଇଣ୍ଡିଆନ ୱେବସାଇଟ୍ ମୁତାବକ ଗୁରୁବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 96.72 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 89.62 ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ 106. 31 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 94.27ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 106.03 ଟଙ୍କା ଓ ଡିଜେଲ ମୂଲ୍ୟ 92.76 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 102.63 ଟଙ୍କା ଓ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି ।

Show More

Related Articles

Back to top button