Breaking PLUSଦେଶ ବିଦେଶମୁଖ୍ୟ ଖବର

ଲୋକଙ୍କ ମନକୁ ଛୁଇଁଲା ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ

ସାରା ଦିନ ୟୁଟ୍ୟୁବରେ କରୁଥିଲା ଟ୍ରେଣ୍ଡ

୭୬ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲାଲ କିଲ୍ଲାର ପ୍ରାଚୀରରୁ ଦିଆଯାଇଥିବା ଭାଷଣର ଭିଡିଓ ୟୁଟ୍ୟୁବର ହୋମ ପେଜରେ ଛାଇ ରହିଛି । ସାଧାରଣତଃ ଫିଲ୍ମ ଏବଂ ଗୀତ ସହ ଜଡିତ ଭିଡିଓ ୟୁଟ୍ୟୁବର ଏହି ପେଜରେ ଟ୍ରେଣ୍ଡ କରିଥାଏ । କିନ୍ତୁ ପିଏ ମୋଦୀଙ୍କ ଭାଷଣ ଟ୍ରେଣ୍ଡ କରିବା ପ୍ରମାଣିତ କରୁଛି ଯେ, ଚଳିତ ବର୍ଷ ପିଏମ ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ରଖିଥିବା ଭାଷଣ ଲୋକପ୍ରିୟତାରେ ଶୀର୍ଷରେ ଥିଲା। ଏହି ଟ୍ରେଣ୍ଡରୁ ସ୍ପଷ୍ଟ ଜଣାପଡୁଛି ଯେ, ସାରା ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ଧ୍ୟାନ ଦେଇ ଶୁଣିଥିଲା । ପ୍ରଧାନମନ୍ତ୍ରୀଙ୍କ ଗାର୍ଡ ଅଫ୍ ଅନର ଇନସ୍ପେକନର ଭିଡିଓକୁ ୧.୮ କୋଟି ଲୋକେ ଦେଖିଛନ୍ତି ।

ସରକାରଙ୍କ ଦ୍ୱାରା ଜାରି ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ପତାକା ଉତ୍ତୋଳନ କରୁଛନ୍ତି, ଏହି ଭିଡିଓକୁ ୪୦ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଚଳିତ ବର୍ଷ ନିଜ ଭାଷଣରେ ଲୋକକୁ ଆକୃଷ୍ଟ କରିବା ପରି ପ୍ରତିଶ୍ରୁତି ବାହାରେ ଦେଶକୁ ଆଗକୁ ନେବା ପାଇଁ ରାସ୍ତା ଦେଖାଇଥିଲେ। ଯାହା ଦେଶବାସୀଙ୍କୁ ବେଶ ପସନ୍ଦ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ ୟୁଟ୍ୟୁବ ପେଜରେ ଅପଲୋଡ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ୧.୫ କୋଟିରୁ ଅଧିକ ଲୋକେ ଦେଖି ସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲାଲ କିଲ୍ଲାର ପ୍ରାଚୀରରୁ ଏହା ପ୍ରଧାନମନ୍ତ୍ରୀ ନବମ ଅଭିଭାଷଣ । ସ୍ୱାଧୀନତା ଦିବସ ସମାରୋହରେ ପ୍ରାୟ ୭୦୦୦ ଲୋକେ ସାମିଲ ଥିଲେ ।

Show More

Related Articles

Back to top button