Breaking PLUSଦେଶ ବିଦେଶମୁଖ୍ୟ ଖବର

୭୦ ବର୍ଷ ପରେ ଭାରତ ଆସିବ ଚିତା

ନାମିବ୍ୟାରେ ଯାଞ୍ଚ୍ ହେଲା ସ୍ୱାସ୍ଥ୍ୟାବସ୍ଥା : ସାମ୍ନାକୁ ଆସିଲା ଫଟୋ

ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ପଶୁ ଚିତା ବାଘ ଦୀର୍ଘ ୭୦ ବର୍ଷ ପରେ ଭାରତକୁ ପୁଣି ଫେରୁଛି । ଗତ ଜୁଲାଇ ୨୦ରେ ଭାରତ ସରକାର ଓ ନାମିବ୍ୟା ମଧ୍ୟରେ ଚୁକ୍ତି ଅନୁସାରେ ଭାରତକୁ ଚିତା ବାଘ ଆସିବ । ଏସବୁ ବାଘଙ୍କୁ ମଧ୍ୟପ୍ରଦେଶର କୁନୋ ପାଲପୁର ଜାତୀୟ ଉଦ୍ୟାନରେ ରଖାଯିବ । କୁନୋ ଜାତୀୟ ଉଦ୍ୟାନ ଆସୁଥିବା ଚିତାଙ୍କର ସୋମବାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇଛି । ମୁଖ୍ୟମନ୍ତୀ ଶିବରାଜ ସିଂ ଚୌହ୍ୱାନ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ବିଶେଷଜ୍ଞ ଟିମକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଏହା ବନ୍ୟଜୀବ ସଂରକ୍ଷଣ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ମଧ୍ୟପ୍ରଦେଶ ପ୍ରସ୍ତୁତ ଅଛି । ଚିତାଙ୍କ ଆଗମନକୁ ମଧ୍ୟପ୍ରଦେଶ ଅପେକ୍ଷା କରିଛି । ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶିବରାଜ ଭାରତ ଆସୁଥିବା ଚିତାଙ୍କ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେଉଥିବା ଦେଖିବାକୁ ମିଳିଥିଲା ।

ଅନ୍ତର୍ଜାତୀୟ ବିଶେଷଜ୍ଞ ଟିମ୍ କଲେ ପରୀକ୍ଷଣ

ଚିତାଙ୍କ ଫଟୋ ନାମିବ୍ୟାରେ ଥିବା ଭାରତୀୟ ଦୂତାବାସ ପୋଷ୍ଟ୍ କରିଛି । ଏହାସହ ଲେଖିଛନ୍ତି ଯେ, ସ୍ୱାଧିନତା ଦିବସ ଅବସରରେ କୁନୋ ଜାତୀୟ ଉଦ୍ୟାନକୁ ଚିତାବାଘ ଆସିବେ । ଏହାପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇଛି । ଡାକ୍ତର ଲରିଙ୍କ ନେତୃତ୍ୱରେ ଟିମ୍ ବାଘଙ୍କ ଯାଞ୍ଚ କରିଥିଲେ । ଏଥିପାଇଁ ନାମିବ୍ୟା ପରିବେଶ ବିଭାଗକୁ ଅନେକ ଅନେକ ଧନ୍ୟବାଦ । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ସ୍ୟୋପୁର ଜିଲ୍ଲାରେ ଥିବା କୁନୋ ଜାତୀୟ ଉଦ୍ୟାନ ୨୦୦ ବର୍ଷ ତଳର ଅଟେ । ଏଠାରେ ମଝିରେ ସିଂହଙ୍କୁ ଅଣାଯିବା ନେଇ ବ୍ୟବସ୍ଥା ହୋଇଥିଲା । ଯାହା ଏଯାଏଁ ସଫଳ ହୋଇନାହିଁ । ଏବେ ଆଫ୍ରିକୀୟ ଚିତାଙ୍କୁ ଏଠାକୁ ଅଣାଯିବ ।

Show More

Related Articles

Back to top button