Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜିଠୁ ଶିଶୁମାନଙ୍କୁ ‘ପିସିଭି’ ଟିକା

ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଟିକା ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍(ପିସିଭି) ସାମିଲ କରାଯାଇଛି। ଏହି ଟିକା ଶିଶୁମାନଙ୍କୁ ନିମୋକୋକସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେବ। ଶିଶୁକୁ ଉପଯୁକ୍ତ ବ୍ୟବଧାନରେ ପିସିଭି ଟିକାର ତିନୋଟି ମାତ୍ରା ଦେବାକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟର ଜରିଆରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଟିକା ସରକାରଙ୍କ ତରଫରୁ ବିନା ମୂଲ୍ୟରେ ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ତଥା ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯିବ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପିସିଭି ଟିକାର ଶୁଭାରମ୍ଭ କରାଯାଇ ଟିକାକରଣ ଆରମ୍ଭ ହୋଇଛି।

ଏହି ଟିକା ଦେଶରେ ପ୍ରଥମ ଥର ପାଇଁ ଦିଆଯାଉଛି। କେନ୍ଦ୍ର ସରକାର ଏହି ଟିକାରୁ ୨୪୦ ଲକ୍ଷ ଡୋଜ୍ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ନିଷ୍ପତ୍ତି ଅନୁଯାୟୀ ସବୁ ରାଜ୍ୟକୁ ଏହି ଟିକା ଯୋଗାଇ ଦିଆଯାଇଛି। ଓଡ଼ିଶାରେ ବାର୍ଷିକ ୮ ଲକ୍ଷ ଶିଶୁଙ୍କୁ ଏହି ଟିକା ଦିଆଯିବ। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ତଥା ନଗର ନିଗମ କମିସନରମାନଙ୍କୁ ଚିଠି ଲେଖି ଏହି ଟିକାକରଣ ପାଇଁ ଏକ ଏସଓପି ଜାରି କରିଥିଲେ। ଶିଶୁକୁ ଟିକା ଦେବାର ସମୟସୀମା

Show More

Related Articles

Back to top button