Breaking PLUSଦେଶମୁଖ୍ୟ ଖବର

ପାଟନା ସିରିୟଲ ବିସ୍ଫୋରଣ ମାମଲା: ୪ ଦୋଷୀଙ୍କୁ ଫାଶୀ, ୨ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

୨୦୧୩ ପାଟନା ଗାନ୍ଧୀ ମୈଦାନ ସିରିୟଲ ବିସ୍ଫୋରଣ ମାମଲା । ଏହି ମାମଲାରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ୪ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ୨ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହୃଦୟ ବିଦାରକ ଘଟଣାରେ ୯ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ହାଇଦର ଅଲୀ, ନୋମାନ ଅନସାରୀ, ମିଜିବୁଲ୍ଲା ଅନସାରୀ ଓ ଇମତିଆଜ ଆଲମଙ୍କୁ ଫାଶୀ ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୨୭ରେ ପାଟନା ଗାନ୍ଧୀ ମୈଦାନରେ ବର୍ତମାନର ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦୀଙ୍କ ରାଲୀ ବେଳେ ଏହି ବିସ୍ଫୋରଣ ଷଡଯନ୍ତ୍ର ରଚା ଯାଇଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୫ଜଣ ଆହତ ହୋଇଥିଲେ ।

Show More

Related Articles

Back to top button