Breaking PLUSଦେଶମୁଖ୍ୟ ଖବରରାଜନୀତି

ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲା- ସିନ୍ ରିକ୍ରିଏସନ କରିବ ପୋଲିସ

ନୂଆଦିଲ୍ଲୀ, 15 ଡିସେମ୍ବର – ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାରେ ସ୍ପେଶାଲ ସେଲ୍ ଶନିବାର କିମ୍ବା ରବିବାର ଅଭିଯୁକ୍ତଙ୍କୁ ସଂସଦ ପରିସରକୁ ନେଇ କରିବ ସିନ ରିକ୍ରିଏସନ । ପୋଲିସର ସୂଚନା ମୁତାବକ କ୍ରାଇମ ସିନ ରିକ୍ରିଏସନ କରିବା ପାଇଁ ଅଭିଯୁକ୍ତଙ୍କୁ ସଂସଦକୁ ନିଆଯିବ । ଏହାଦ୍ୱାରା ପୋଲିସ ଜାଣିପାରିବ ଅଭିଯୁକ୍ତମାନେ କଲର ସ୍ପ୍ରେ ଧରି କିପରି ସଂସଦ ଭବନ ଭିତରକୁ ପ୍ରବେଶ କଲେ । ଏବଂ ନିଜ ଯୋଜନାକୁ କିପରି ରୂପ ଦେଇଥିଲେ ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଅପରାଧର କୌଶଳକୁ ଜାଣିବା ଏବଂ ଏହାକୁ ବିଶ୍ଳେଷଣ କରିବା ପାଇଁ ଦିଲ୍ଲୀ ପୋଲିସ ଏହି ପଦ୍ଧତି ଗ୍ରହଣ କରିବ।
ସ୍ୱତନ୍ତ୍ର ସେଲ୍ ଅଭିଯୁକ୍ତମାନଙ୍କୁ ସଂସଦ ପରିସର ଫାଟକରୁ ବିଲଡିଂ ଭିତରକୁ ନେଇ କରିଯିବ। ଗୁରୁବାର ସଂସଦର କାର୍ଯ୍ୟ ଯୋଗୁ ସ୍ପେଶାଲ୍ ସେଲ୍ ଟିମ୍ ଗିରଫ ପରେ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିପାରି ନାହିଁ। ସଂସଦ ଅଧିବେଶନରେ ନଥିବା ବେଳେ ପୋଲିସ ଟିମ୍ ଶନିବାର କିମ୍ବା ରବିବାର ଦିନ ସିନ ରିକ୍ରିଏଟ କରିବ ।

Show More

Related Articles

Back to top button