Breaking PLUSଓଡ଼ିଶାମୁଖ୍ୟ ଖବର

ବହୁଚର୍ଚ୍ଚିତ ପରୀ ଅପହରଣ ହତ୍ୟା ମାମଲା, ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୟାଗଡ ଜିଲ୍ଲା ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବିଧାନସଭାରେ ଭିସି ଜରିଆରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ  । ବିଧାନସଭାରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଘୋଷଣା କରିବା ବେଳେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରହିଛି

ନୟାଗଡ ଜିଲ୍ଲା ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବିଧାନସଭାରେ ଭିସି ଜରିଆରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ  । ବିଧାନସଭାରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଘୋଷଣା କରିବା ବେଳେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରହିଛି  । ଆଜି ଗୃହ ଆରମ୍ଭରୁ ଆଜି ପରୀ ହତ୍ୟା ମାମଲାରେ ବିରୋଧୀ ଗୃହ ମଧ୍ୟକୁ ଆସି ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିଛନ୍ତି  ।

ସୂଚନାଯୋଗ୍ୟ, କିଛି ଦିନ ତଳେ ନୟାଗଡରେ ପାଞ୍ଚ ବର୍ଷୀୟ ଜଣେ ନାବାଳିକା (ପରୀ) ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ନପାଇ ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି। ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ ଝିଅ (ପରୀ)କୁ ହତ୍ୟା କରାଯାଇ ତାର କିଡନୀ ଓ ଆଖିକୁ ବିକ୍ରି କରାଯାଇଛି । ଝିଅ ନିଖୋଜ ହେବାପରେ ଦମ୍ପତି ଥାନାରେ ଅଭିଯୋଗ କରିଥିଲେ ଏପରିକି ଏସପି ନିକଟରେ ମଧ୍ୟ ଦ୍ବାରସ୍ତ ହୋଇଥିଲେ କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଏହାପରେ ପରୀ ନିଖୋଜ ହେବାର କିଛି ଦିନ ପରେ ବାଡି ପଟରେ ପରୀର ମୃତଦେହ ମିଳିଥିଲା । ପରୀର ମୃତ ଶରୀର ମିଳିବା ପରେ ଦମ୍ପତି ବାରମ୍ବାର ନ୍ୟାୟ ମାଗି ଆସୁଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନାହିଁ । ନ୍ୟାୟ ତ ମିଳିଲାନାହିଁ ଦମ୍ପତିଙ୍କୁ ଆକ୍ରମଣର ଶିକାର ହେବାକୁ ପଡିଥିଲା । ଦୀର୍ଘ ୩ ମାସ ଧରି ପରୀ ହତ୍ୟାକାଣ୍ଡରେ ନ୍ୟାୟ ନପାଇ ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।

Show More

Related Articles

Back to top button