Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଏନଏସଡିର ଅଧ୍ୟକ୍ଷ ଭାବରେ ବରିଷ୍ଠ ଅଭିନେତା ପରେଶ ରାୱଲଙ୍କୁ ନିଯୁକ୍ତି କଲେ ରାଷ୍ଟ୍ରପତି

ବିଶିଷ୍ଟ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ପରେଶ ରାୱଲ ଏନଏସଡିର ଏହି ଗୁରୁ ଦାୟିତ୍ୱକୁ ଗ୍ରହଣ କରିବେ ।

ବିଶିଷ୍ଟ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ପରେଶ ରାୱଲ ଏନଏସଡିର ଏହି ଗୁରୁ ଦାୟିତ୍ୱକୁ ଗ୍ରହଣ କରିବେ ।

ପରେଶ ରାୱଲଙ୍କ ପୂର୍ବରୁ, ଏନଏସଡିର ଅଧ୍ୟକ୍ଷ ଥିଲେ ପ୍ରସିଦ୍ଧ ରାଜସ୍ଥାନୀ କବି ଅର୍ଜୁନ ଦେବ ଚରଣ, ତାଙ୍କୁ 2018 ରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ସଭାପତି କରାଯାଇଥିଲା । ବର୍ତ୍ତମାନ ପରେଶ ରାୱଲ କବି ଅର୍ଜୁନ ଦେବଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି ।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ବିଶିଷ୍ଟ କଳାକାର ମାନ୍ୟବର ପରେଶ ରାୱଲ ଜୀଙ୍କୁ ମାନ୍ୟବର ରାଷ୍ଟ୍ରପତି ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ସଭାପତି ଭାବରେ ନିଯୁକ୍ତ କରିଛନ୍ତି । ଦେଶର କଳାକାର ଏବଂ ଛାତ୍ରମାନେ ତାଙ୍କ ପ୍ରତିଭା ଓ ଅଭିଜ୍ଞତା ଦ୍ୱାରା ଉପକୃତ ହେବେ | ଏହି ଅବସରରେ ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ।

ଏଥି ସହିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପକ୍ଷରୁ ମଧ୍ୟ ପରେଶ ରାୱଲଙ୍କ ନିଯୁକ୍ତି ଖବରକୁ ପୃଷ୍ଟି କରାଯାଇଛି । ଏହାର ସୂଚନା NSD ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଦିଆଯାଇଛି |

Show More

Related Articles

Back to top button