Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ, ଗତ ୨୪ ଘଣ୍ଟା ମଧ୍ୟରେ ୩୯୯୬ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ ୨୪ ଘଣ୍ଟାରେ ୩୦ଟି ଜିଲାରୁ ସର୍ବାଧିକ ୩ ହଜାର ୯୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ ୨୪ ଘଣ୍ଟାରେ ୩୦ଟି ଜିଲାରୁ ସର୍ବାଧିକ ୩ ହଜାର ୯୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୦୬ ଜଣ ରହିଥିବା ଜଣାପଡିଛି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୫୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୬୩୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭କୁ ବୃଦ୍ଧି ପାଇଛି।

ସେମଧ୍ୟରେ ୧,୦୮,୦୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୪,୪୫୮ ଚିକିତ୍ସିତ ହେଉଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More

Related Articles

Back to top button